Thursday, September 19, 2024
23 C
Odisha

    ଶୁଭଫଳ ପାଇଁ ଦିପରେ ଜାଳନ୍ତୁ ରାଶି ତେଲ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ୱ ରହିଛି । ଇଶ୍ୱରଙ୍କ କୃପା ଲାଭ କରିବା ପାଇଁ ବ୍ୟକ୍ତି ବିଭିନ୍ନ ନିୟମ, ପ୍ରାର୍ଥନା, ଭଜନ, କୀର୍ତ୍ତନ, ମନ୍ତ୍ରୋଚ୍ଚାରଣ ଇତ୍ୟାଦି ଦ୍ୱାରା ଇଶ୍ୱରଙ୍କ ଆରାଧନା କରିଥାଏ । ଏଥିମଧ୍ୟରୁ ଇଶ୍ୱରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ନିୟମ ମଧ୍ୟ ରହିଛି । ଏହା ବିନା ପୂଜା ଅସମ୍ପୂର୍ଣ ବୋଲି କୁହାଯାଏ । ପ୍ରଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ସକାରାତ୍ମକ ଉର୍ଜ୍ଜା ସୃଷ୍ଟି ହୋଇଥାଏ । ମନରେ ପବିତ୍ର ଓ ଅଧ୍ୟାତ୍ମିକ ଭାବନା ଉଜାଗର ହେବା ସହ ମାନସିିକ ଶାନ୍ତି ପ୍ରଦାନ କରିଥାଏ । ତେବେ ଘିଅ ଦୀପ ବ୍ୟତୀତ ବିଭିନ୍ନ ଇଚ୍ଛା ପୂର୍ତ୍ତି ଏବଂ ସମସ୍ୟା ପାଇଁ ଭିନ୍ନ ଭିନ୍ନ ତେଲର ଦୀପ ଜାଳିବାର ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ରାଶି ତେଲର ଦୀପ ଜାଳିବାର କ’ଣ ମହତ୍ୱ ରହିଛି –

    ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ରହିଛି ସେମାନଙ୍କୁ ମନ୍ଦିରରେ ରାଶି ତେଲର ଦୀପ ଜାଳିବା ଉଚିତ । ସୂର୍ଯ୍ୟ ଦେବ ହେଉଛନ୍ତି ଜୀବନର ଆଧାର, ଶକ୍ତି ଏବଂ ବ୍ୟକ୍ତିତ୍ୱର ପ୍ରତିନିଧିତ୍ୱ କରିଥାନ୍ତି । ତେଣୁ ଜୀବନରେ ସକାରାତ୍ମକତା, ଆତ୍ମବିଶ୍ୱାସ ଓ ନେତୃତ୍ୱ କ୍ଷମତା ବଜାୟ ରଖିବା ପାଇଁ ସୂର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ ରାଶି ତେଲ ଜାଳନ୍ତୁ ।

    କୌଣସି ପ୍ରକାର ଗ୍ରହ ଦୋଷ ଥିଲେ ରାଶି ତେଲର ଦୀପ ଜାଳିବା ଫଳଦାୟୀ ହୋଇଥାଏ । ଚନ୍ଦ୍ର, ମଙ୍ଗଳ, ବୃହସ୍ପତି ଓ ଶୁକ୍ର ଗ୍ରହ ମଜବୁତ ହୋଇଥାଏ । ଏହା ସହ ଜୀବନରେ ପ୍ରେମ, ସଦଭାବନା ବୃଦ୍ଧି ହୋଇଥାଏ ।

    ଜୀବନରେ ସମସ୍ୟା ଲାଗି ରହୁଥିଲେ ଘରେ ନିୟମିତ ରାଶି ତେଲର ଦୀପ ଜାଳିବା ଉଚିତ । ଘରର ନକାରାତ୍ମକ ଶକ୍ତି ଦୂରେଇଥାଏ । ଏହା ବ୍ୟତୀତ ଶତ୍ରୁ ମଧ୍ୟ ଦୂରେଇ ଥାନ୍ତି ।

    ରାଶିତେଲ ବ୍ୟବହାର ଦ୍ୱାରା ଶନି ଦେବଙ୍କ କୁଦୃଷ୍ଟିରୁ ମୁକ୍ତି ମିଳିଥାଏ ।

    ଘରର ମୁଖ୍ୟ ଦ୍ୱାରରେ ରାଶି ତେଲର ଦୀପ ଜାଳିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଘରର ସମସ୍ତ ସଦସ୍ୟଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ରହିଥାଏ ।

    ବିଶେଷ ଧ୍ୟାନ ଦିଅନ୍ତୁ: ରାଶି ତେଲ ଜାଳିବା ସମୟରେ ନାଲି ସଳିତା ବ୍ୟବହାର କରିବା ଉତ୍ତମ ଅଟେ । ରାଶି ତେଲ ସବୁବେଳେ ଦେବୀ ଦେବତାଙ୍କ ବାମ ପଟରେ ଜାଳିବା ଉଚିତ । ପୂଜା ମଝିରେ ଦୀପ ଲିଭିଯିବା ଅଶୁଭ ସଂକେତକୁ ସୂଚାଇଥାଏ । ସବୁବେଳେ ପୂର୍ବ, ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ରାଶି ତେଲ ଦୀପ ଜାଳିବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ