Thursday, June 4, 2026
29.5 C
Odisha

    ଶୁଭେନ୍ଦୁ ସରକାରରେ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ହ୍ରାସ, Z+ରୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା

    ଆଗକୁ ପଢନ୍ତୁ

    କୋଲକତା : ପଶ୍ଚିମବଙ୍ଗରେ ଟିଏମସିର କ୍ଷମତା ଯିବା ପରେ ଏହାର ପ୍ରଭାବ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ଉପରେ ପଡ଼ିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜେପି ସରକାର ଆସିବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲିଙ୍କ ସୁରକ୍ଷାକୁ Z+ ବର୍ଗରୁ ହଟାଯାଇ Y କ୍ୟାଟେଗୋରୀକୁ ଖସାଇ ଦିଆଯାଇଛି । ସୌରଭ ଗାଙ୍ଗୁଲି ଏବେ ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନର ସଭାପତି ରହିଛନ୍ତି । ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ପରେ ଅନେକ ନେତା ଓ ସାଂସଦଙ୍କ ସୁରକ୍ଷାରେ ମଧ୍ୟ ହ୍ରାସ କରାଯାଇଛି । ୨୦୨୩ ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲିଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ମିଳିଥିଲା । ମାତ୍ର ମମତା ସରକାର ତାଙ୍କ ସୁରକ୍ଷା ବଢାଇ ଜେଡ୍ କାଟାଗୋରୀ କରିଥିଲେ ।

    ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷାରେ ହ୍ରାସ ନେଇ ଚର୍ଚ୍ଚା ହେବା ପରେ ଶୁଭେନ୍ଦୁ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସ୍ଵତନ୍ତ୍ର ସୁରକ୍ଷା କେବଳ ସେହି ବ୍ୟକ୍ତିଙ୍କୁ ମିଳିବ, ଯାହାଙ୍କ ସୁରକ୍ଷାକୁ ନେଇ ବାସ୍ତବରେ ବିପଦ ଥିବା ଏଜେନ୍ସି ଜଣାଇବ । ପଶ୍ଚିମବଙ୍ଗର ସୁରକ୍ଷା ଏଜେନ୍ସି ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲା । ଏହାରି ଆଧାରରେ ଗାଙ୍ଗୁଲିଙ୍କ ସୁରକ୍ଷା ଆବଶ୍ୟକତାକୁ ପୁନର୍ବାର ଆକଳନ କରାଯାଇ ଏବେ ସଂଶୋଧନ କରଅଯାଇଛି ।

    ସୂଚନାଯୋଗ୍ୟ, ସୌରଭଙ୍କୁ ୨୦୨୩ରେ ତତ୍କାଳୀନ ମମତା ବାନାର୍ଜୀ ସରକାର ଜେଡ୍ ଶ୍ରେଣୀର ସୁରକ୍ଷା ଉପଲବ୍ଧ କରାଇଥିଲେ । ସେହି ସମୟରେ ତାଙ୍କ ସୁରକ୍ଷାରେ ୩୦ରୁ ୩୫ ସୁରକ୍ଷା କର୍ମୀ ମୁୟତନ ହେଉଥିଲେ । Z ପ୍ଲସ କାଟାଗୋରୀରେ ୩୬ ସୁରକ୍ଷାକର୍ମୀ ମୁତୟନ ହୁଅନ୍ତି । ଏଥିରେ ୧୦ ଏସପିଜି ଏବଂ ଏନଏସଜି କମାଣ୍ଡୋ ଏବଂ ବାକି ରାଜ୍ୟ ପୋଲିସର ଯବାନ ରହିଥାନ୍ତି । ଅନ୍ୟପଟେ Y ଶ୍ରେଣୀରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ହ୍ରାସ ପାଇ ୧୧ ରହିଥାଏ । ଏଥିରେ ଦୁଇ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସାମିଲ୍ ରହିଥାନ୍ତି ।

    ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଅଧିନାୟକ ମଧ୍ୟରେ ଅନ୍ୟତମ । କ୍ରିକେଟରୁ ସନ୍ନ୍ୟାସ ନେବା ପରେ କ୍ରିକେଟ ପ୍ରଶାସନରେ ସକ୍ରିୟ ରହିଛନ୍ତି । ପୂର୍ବରୁ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.5 ° C
    29.5 °
    29.5 °
    56 %
    2.6kmh
    58 %
    Thu
    31 °
    Fri
    41 °
    Sat
    40 °
    Sun
    42 °
    Mon
    42 °

    ସମ୍ବନ୍ଧିତ