Saturday, March 28, 2026
35.1 C
Odisha

    ଶୋକର ଛାୟା; ପରଲୋକରେ ଡ଼ା.ମଳୟ ବେହେରା

    ଆଗକୁ ପଢନ୍ତୁ

    ଭବାନୀପାଟଣା :କଳାହାଣ୍ଡି ଜିଲାର ସୁନାମ ଧନ୍ୟ ଡାକ୍ତର ମଳୟ ବେହେରାଙ୍କ ବୁଧବାର ପ୍ରତ୍ୟୁଷରେ ଭବାନୀପାଟଣାସ୍ଥିତ ମହାବୀରପଡା ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କଜନିତ ରୋଗ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ସ୍ବର୍ଗତ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ହୋଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ କମିଶନର ହୋଇଥିବା ବିନୟ ବେହେରାଙ୍କ ବଡ଼ ଭାଇ ଅଟନ୍ତି। ଡାକ୍ତର ବେହେରା କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାର (ସିଡ଼ିଏମଓ) ରହିବା ସହ ପଦୋନ୍ନତି ହୋଇ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମଧ୍ୟ ରହିଥିଲେ। ତାଙ୍କ ପରଲୋକ ଖବର ଶୁଣି କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳି ଯାଇଛି। ନିଜ ପୈତୃକ ଗ୍ରାମ ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡାଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    23 %
    3.8kmh
    1 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ