Wednesday, December 25, 2024
18 C
Odisha

    ଶ୍ରାବଣମାସ ପ୍ରଥମ ସୋମବାରରେ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର କଣ ରହିଛି ମହତ୍ୱ

    ଆଗକୁ ପଢନ୍ତୁ

    ଶ୍ରାବଣମାସରୁ ଚତୁର୍ମାସ୍ୟା ଆରମ୍ଭ ହୋଇଥାଏ ଏବଂ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଥିବାରୁ ମହାଦେବଙ୍କ ଉପରେ ସୃଷ୍ଟିର ସମସ୍ତ ପାଳନ ଭାର ରହିଥାଏ l ତେଣୁ ଏହି ମାସରେ ଶୈବ ଉପାସକ ମାନେ ପ୍ରତି ସୋମବାର ଦିନ ଶୈବପୀଠ ଗୁଡିକରେ ମହାଦେବଙ୍କୁ ଜଳ ଲାଗି କରିଥାଆନ୍ତି ଓ କାଉଡିଆ ଯାତ୍ରାର ଆରମ୍ଭ ହୋଇଥାଏ l ଶୈବ ପୁରାଣ ଅନୁସାରେ ଏହି ମାସରେ ଯେଉଁ ବ୍ୟକ୍ତି ୧୨ ଜ୍ୟୋତିର୍ଲିଙ୍ଗର ଦର୍ଶନ କରିଥାଏ ତାର ୭ଜନ୍ମ ର ସମସ୍ତ ପାପ ଦୂର ହୋଇଥାଏ l ସେଗୁଡିକ ହେଲା –

    ସୋମନାଥ ଜ୍ୟୋତିର୍ଲିଙ୍ଗ : ଗୁଜୁରାଟରେ ଥିବା ସୋମନାଥ ଜ୍ୟୋତିର୍ଲିଙ୍ଗ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଅଟେ, ପୂରାଣର ବର୍ଣ୍ଣନା ଅନୁସାରେ ଏହି ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କୁ ସ୍ୱୟଂ ଚନ୍ଦ୍ରଦେବ ନିର୍ମାଣ କରିଥିଲେ ଏବଂ ଅଭିଶାପରୁ ମୁକ୍ତି ପାଇଥିଲେ l

    ମଲ୍ଲୀକାର୍ଜୁନ ଜ୍ୟୋତିର୍ଲିଙ୍ଗ : ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ ମାଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଦକ୍ଷିଣ ଭାରତର କୈଳାଶ ମଧ୍ୟ କୁହାଯାଇଥାଏ l ଏହି ଶିବଲିଙ୍ଗରେ ଶିବ -ଶକ୍ତି ଉଭୟ ବିରାଜମାନ କରିଛନ୍ତି l

    ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ସିପ୍ରା ନଦୀ କୂଳରେ ଏହା ଅବସ୍ଥିତ l ଏଠାରେ କୁମ୍ଭ ମେଳା ହୋଇଥାଏ। ଏହା ଏକ ମାତ୍ର ଦକ୍ଷିଣା ମୁଖି ଜ୍ୟୋତିର୍ଲିଙ୍ଗ ଅଟେ l

    ଓଙ୍କlରେଶ୍ୱର ଜ୍ୟୋତିର୍ଲିଙ୍ଗ : ମଧ୍ୟପ୍ରଦେଶର ଇନ୍ଦୋରରୁ କିଛି ଦୂରରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗଙ୍କୁ ଓଂ ଆକାରରେ ନିର୍ମାଣ କରାଯାଇଛି, ଏହାକୁ ଶିକ୍ଷାର୍ଥୀ ମାନେ ଦର୍ଶନ କରିବା ଆବଶ୍ୟକ l

    କେଦାରନାଥ ଜ୍ୟୋତିର୍ଲିଙ୍ଗ : ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିରର ଦ୍ୱାର ଅପ୍ରେଲ ମାସରେ ଖୋଲାଯାଇ ଥାଏ , ପୁନର୍ବାର ନଭେମ୍ବର ମାସରେ ବନ୍ଦ ହୋଇଯାଇ ଥାଏ l ମାନ୍ୟତା ରହିଛି ଯେ ଏଠାରେ ମହାଦେବ ପାଣ୍ଡବମାନଙ୍କୁ ଦର୍ଶନ ଦେଇଥିଲେ l

    ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ : ମହାରାଷ୍ଟ୍ରର ପୁନେ ସ୍ଥିତ ଏହି ଶିବ ଲିଙ୍ଗର ସମ୍ପର୍କ ରାମାୟଣ  ଯୁଗ ସହିତ ରହିଛି, କୁମ୍ଭକର୍ଣ୍ଣର ଭୀମ ନାମରେ ଗୋଟିଏ ପୁତ୍ର ଥିଲା l ସେ ତପସ୍ୟା କରି ବ୍ରହ୍ମାଙ୍କୁ ପ୍ରସନ୍ନ କରିଥିଲେ।

    କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ : ଉତ୍ତରପ୍ରଦେଶର ବାରଣାସୀରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗର ଅନେକ ମହତ୍ୱ ରହିଛି, ମାନ୍ୟତା ରହିଛି ଯେ ଏଠାରେ ଯାହାର ମୃତ୍ୟୁ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି କରିଥାଏ l

    ତ୍ରୟମ୍ବାଙ୍କେଶ୍ଵର ଜ୍ୟୋତିର୍ଲିଙ୍ଗ : ମହାରାଷ୍ଟ୍ର ନାସିକଠାରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବିରାଜମାନ କରିଛନ୍ତି l ଗୌତମ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ଏଠାରେ ଆବିର୍ଭୁତ ହୋଇଥିଲେ l  ଏଠାରେ ଦର୍ଶନ କରିବା ସମୟରେ ମନରେ କୌଣସି ଆବିଳତା ରଖିବା ଉଚିତ ନୁହେଁ l

    ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ : ଝାଡ଼ଖଣ୍ଡ ଦେବାଘରରେ ଏହି ଜ୍ୟୋତିର୍ଲିଙ୍ଗ ଅବସ୍ଥିତ , ଏଠାରେ ରାବଣ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜର ୯ ଟି ମସ୍ତକ ଛେଦନ କରିଥିଲା, ଏବଂ ମହାଦେବଙ୍କୁ ଅର୍ପଣ କରିଥିଲା l

    ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ : ଏହି ଜ୍ୟୋତିର୍ଲିଙ୍ଗଟି ଗୁଜୁରାଟର ଦ୍ୱାରିକାରେ ଅବସ୍ଥିତ ଅଟେ, ଶିବ ପୁରାଣ ଅନୁସାରେ ମହାଦେବଙ୍କର ଗୋଟିଏ ନାମ ହେଉଛି ନାଗେଶ୍ୱର ଯାହାର ଅର୍ଥ ନାଗମାନଙ୍କର ଈଶ୍ୱର l

    ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ : ଶିବ ପୁରାଣ ଅନୁସାରେ ରାମେଶ୍ୱରଂ ଜ୍ୟୋତିର୍ଲିଙ୍ଗକୁ ସ୍ୱୟଂ ପ୍ରଭୁ ଶ୍ରୀରାମ ନିର୍ମାଣ କରିଥିଲେ l ପ୍ରଭୁ ରାମଚନ୍ଦ୍ର କରି ଥିବାରୁ ଏହାର ନାମ ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ ଅଟେ l

    ଘୁଷୁମେଶ୍ୱର  ଜ୍ୟୋତିର୍ଲିଙ୍ଗ :ପୁରାଣର ବର୍ଣ୍ଣନା ଅନୁସାରେ ଏହି ଜ୍ୟୋତିର୍ଲିଙ୍ଗକୁ ଦର୍ଶନ କରିବା ଦ୍ୱାରା ଜୀବନରୁ ସମସ୍ତ ଦୁଃଖର ବିନାଶ ହୋଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18 ° C
    18 °
    18 °
    98 %
    1.4kmh
    88 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ