Sunday, September 13, 2026
28.7 C
Odisha

    ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ପଦ୍ମ ଫୁଲ, ପୂରଣ ହେବ ଅଭିଳାଷା

    ଆଗକୁ ପଢନ୍ତୁ

    ପଦ୍ମ ଫୁଲ ଦେଖିବାକୁ ବହୁତ ସୁନ୍ଦର। ସାଧାରଣତଃ ଆମେ ଏହାକୁ ଗୁରୁବାର ଦିନ ଲକ୍ଷ୍ମୀ ପୂଜା ପାଇଁ ବ୍ୟବହାର କରିଥାଉ। କିନ୍ତୁ ପଦ୍ମଫୁଲକୁ ନେଇ ଶାସ୍ତ୍ରରେ ଅନେକ ମହତ୍ୱ ରହିଛି। ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରି ଭକ୍ତ ନିଜର ମନୋକାମନା ପୂର୍ଣ୍ଣ କରିଥାନ୍ତି। ଆପଣ ଯଦି ନିଜର ଉନ୍ନତି ଚାହୁଛନ୍ତି, ତେବେ କିପରି ପଦ୍ମଫୁଲକୁ ବ୍ୟବହାର କରିବେ ଆସନ୍ତୁ ଜାଣିବା…

    ଜୀବନରେ ଶୁଭ ଆଗମନର ପ୍ରତୀକ ଅଟେ ପଦ୍ମଫୁଲ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଦ୍ମଫୁଲ ଦେବୀ ଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ଠାକୁରଙ୍କ ପାଖରେ ଅର୍ପଣ କରିବା ଫଳରେ ମନୋକାମନା ପୂର୍ଣ୍ଣ ହୋଇଥାଏ।

    – ଯଦି ଆପଣ ଘରେ ସବୁବେଳେ ଧନ ରଖିବାକୁ ଚାହୁଁଛନ୍ତି, ତେବେ ନଡିଆ ସହିତ ଲାଲ, ହଳଦିଆ, ନୀଳ ଏବଂ ଧଳା ରଙ୍ଗର ପଦ୍ମଫୁଲକୁ ନେଇ ମା’ ଲକ୍ଷ୍ମୀଙ୍କ ପାଖରେ ପୂଜା କରନ୍ତୁ। ପୂଜା କରିବା ପର ଦିନ ଏହି ଫୁଲକୁ ଏକ ପୋଖରୀରେ ବିସର୍ଜିତ କରିଦିଅନ୍ତୁ। ତା’ ପରେ ସେହି ନଡିଆକୁ ଲାଲ କପଡାରେ ବାନ୍ଧି ଆଲମାରୀରେ ରଖିଦିଅନ୍ତୁ।

    – ଯଦି ୨୭ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ସୁଖ ଏବଂ ସମୃଦ୍ଧି ମିଳିବ।

    – କୌଣସି ଏକାଦଶୀ ଦିନ ଶ୍ରୀକୃଷ୍ଣଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ଅଭିଳାଷା ପୂରଣ ହୋଇଥାଏ।

    – ନିଜ ପରିବାର ଭିତରେ ସ୍ନେହ, ଭଲପାଇବା ବୃଦ୍ଧି କରିବା ପାଇଁ ଘରେ ଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି ନିକଟରେ ପଦ୍ମ ଫୁଲ ଅର୍ପଣ କରନ୍ତୁ।

    – ଯଦି ଆପଣଙ୍କ ଜୀବନରେ ଧନର ଅଭାବ ରହିଥାଏ ତେବେ ଏହାକୁ ଦୂର କରିବା ପାଇଁ ମା’ ଲକ୍ଷ୍ମୀଙ୍କ ପାଖରେ ନୀଳ ରଙ୍ଗର ପଦ୍ମ ଫୁଲ ପୂଜା କରନ୍ତୁ। କାହାକୁ ନିଜ ଅଧିନରେ କରିବାକୁ ହେଲେ ଏହି ରଙ୍ଗ ଫୁଲ ମଧ୍ୟ ବ୍ୟବହାର କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ