Tuesday, September 29, 2026
24.9 C
Odisha

    ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହଳା ଅଭିଯୋଗ ଆଣିଲେ ପରିବାର

    ଆଗକୁ ପଢନ୍ତୁ

    ପୁରୀରେ ରହି କାର୍ତ୍ତିକ ବ୍ରତ ପାଳନ କରିବାକୁ ଆସିଥିଲେ। ହେଲେ ବ୍ରତ ପୂରା ହେବା ପୂର୍ବରୁ ଶ୍ରୀକ୍ଷେତ୍ରରେ ଚାଲିଗଲା ଜୀବନ। ଅଧୁରା ରହିଲା ରାଇଦାମୋଦର ବ୍ରତ। ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ଆସି ବୃନ୍ଦବତୀ ନିବାସରେ ରହୁଥିବା ପୁରୀ ଜିଲ୍ଲା କଣାସ ବ୍ଲକ ବେହେଣ୍ଟା ଗ୍ରାମର ରତ୍ନମଣି ମଙ୍ଗରାଜ(୬୯)ଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ପ୍ରଶାସନ ଏହାକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ପ୍ରଶାସନ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଜାତୀୟ ମାନବାଧିକାର କମିଶନ (ଏନଏଚ୍‌ଆରସି)ରେ ମାମଲା ଦାୟର କରିଛନ୍ତି ଅଧିକାର କର୍ମୀ ଜୟନ୍ତ ଦାଶ। ମୃତ ରତ୍ନମଣି ବୃନ୍ଦାବତୀ ନିବାସରେ ରହୁଥିଲେ। ଗତ ଶୁକ୍ରବାର ରାତିରେ ଶୌଚାଳୟରେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ବୃନ୍ଦାବତୀ ନିବାସରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଶନିବାର ସକାଳେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା। ହାତରେ ଗଭୀର ଆଘାତ ସହ ଭାଙ୍ଗିଥିବା ଜଣାପଡିଥିଲା। ରାତି ପ୍ରାୟ ସାଢେ ୮ଟାରେ ତାଙ୍କର ମୁତ୍ୟୁ ଘଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ