Tuesday, September 29, 2026
23.8 C
Odisha

    ରାତି ଦଶଟା ପରେ ମଝି ଆକାଶରେ ବୁଲୁଛି ଏକାଧିକ ଡ୍ରୋନ, ଭୟଭୀତ ଅଞ୍ଚଳବାସୀ

    ଆଗକୁ ପଢନ୍ତୁ

    ମଝି ଆକାଶରେ ବୁଲୁଛି ଏକାଧିକ ଡ୍ରୋନ। ଏହା ଦେଖି ଅଞ୍ଚଳ ବାସି ଆତଙ୍କିତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଟାଙ୍ଗୀ ଚୌଦ୍ବାର ବ୍ଲକ ଶଙ୍କରପୁର,ମହିଷାଲଣ୍ଡା, ମଙ୍ଗରାଜପୁର ଓ ବ୍ରହ୍ମପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ। ସୂଚନା ଅନୁସାରେ କିଛି ଦିନଧରି ବିଭିନ୍ନ ଗ୍ରାମ ଉପରେ ଡ୍ରୋନ ଉଡୁଥିବା କାଞ୍ଜିଆ ଗ୍ରାମର ସିଲୁ ରାଉତ ଓ କମଙ୍ଗ ଗ୍ରାମର ଆକାଶ ପଲେଇ ସୂଚନା ଦେଇଛନ୍ତି।କଣ ପାଇଁ ଏବଂ କିଏ ଉଡାଉଛି କାହା ପାଖରେ ଖବର ନଥିବା ଜଣା ପଡ଼ିଛି। ଟାଙ୍ଗୀ ଓ ଚୌଦ୍ବାର ଥାନା ଅଧିକାରୀ ଜାଣିନଥିବା କହିଛନ୍ତି।ଚାରିବାଟିଆ ସ୍ଥିତ ଏଆରସି, ମଙ୍ଗରାଜପୁରରେ ମାଗାଜିନ୍ ରହିଛି ସେଥିପାଇଁ ସମ୍ପୃକ୍ତ ବିଭାଗ ତରଫରୁ କିମ୍ଵା କୋୖଣସି ଇଞ୍ଜିନିୟରିଂ ଛାତ୍ର ଉଡାଇଥାଇ ପାରନ୍ତି କିଛି ବ୍ୟକ୍ତି କହନ୍ତି। ପ୍ରକୃତ ପକ୍ଷେ କିଏ ଉଡାଉଛି ତାହା ତଦନ୍ତ କରାଯିବା ଆବଶ୍ୟକ ରହିଛି ବୋଲି ଉକ୍ତ ଅଞ୍ଚଳବାସୀ ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ