Sunday, February 22, 2026
19 C
Odisha

    ଶ୍ରୀଜିଉଙ୍କ ବଡ଼ ମହାସ୍ନାନ, ବନ୍ଦ କରାଗଲା ସାଧାରଣ ଦର୍ଶନ

    ଆଗକୁ ପଢନ୍ତୁ

    ପୁରୀ   :    ଶ୍ରୀମନ୍ଦିରରେ ମହପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି। ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି। ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ।

    ପ୍ରତିଦିନ ଜଗନ୍ନାଥଙ୍କ ସ୍ନାନ ନୀତି ହେଉଥିବା ବେଳେ କିଛି ଅଘଟଣ ଘାଟିଲେ ବା ବିଶେଷ ନୀତି ହେଲେ ମହାସ୍ନାନ ହୁଏ । ଜଗନ୍ନାଥଙ୍କ ଏହି ସ୍ନାନ ୬ ପ୍ରକାର । ଯଥା – ମହାସ୍ନାନ, ଛୁଆଁ ମହାସ୍ନାନ, ପର୍ବତିଆ ମହାସ୍ନାନ, ପାହାଡ ଉଠା ମହାସ୍ନାନ, ବଡ଼ ମହାସ୍ନାନ, ଯାତ୍ରାଙ୍ଗୀ ମହାସ୍ନାନ ।

    -ମହାସ୍ନାନ -ଏହା ଏକ ବିଶେଷ ସ୍ନାନ ବିଧି । ଲୋକମୁଖରେ ଏହାକୁ ମା ସ୍ନାନ, ମାଘ ସ୍ନାନ ଭାବରେ କୁହାଯାଏ ।

    -ଛୁଆଁ ମହାସ୍ନାନ – ସାହାଣମେଳା ଓ ଅନ୍ୟ ସମୟରେ ପାଳିଆ ପୁଷ୍ପାଳକ ପୂଜାପଣ୍ଡାଙ୍କ ବ୍ୟତୀତ ଅନ୍ୟ କେହି ଠାକୁରଙ୍କୁ ଛୁଇଁ ଦେଲେ ଏହି ମହାସ୍ନାନ କରାଯାଏ ସେଥିପାଇଁ ଏହାକୁ ଛୁଆଁ ମହାସ୍ନାନ କୁହାଯାଏ ।

    -ପର୍ବତିଆ ମହାସ୍ନାନ – ମନ୍ଦିର ପରିସର ମଧ୍ୟରୁ ଶବ ବାହାରିଲେ ଓ ମନ୍ଦିର ଭିତରେ କୁକୁର ପଶିଲେ ମହା ପ୍ରଭୁଙ୍କ ଏହି ମହା ସ୍ନାନ ହୁଏ । ଏଥିରେ ସମ୍ପୂର୍ଣ୍ଣ ମନ୍ଦିର ଶୋଧ କରାଯାଏ ଓ ଠାକୁରଙ୍କ ବସ୍ତ୍ର ବଦଳାଇବା ସହ ଆଉଥରେ ବେସ କରାଯାଏ ।

    -ପାହାଡ ଉଠା ମହାସ୍ନାନ – ପୂଜା ଠା ହେବା ପରେ ବା ବସିଥିବା ବେଳେ ଚକାତଳୁ (ରତ୍ନ ସିଂହାସନ ମହା ପ୍ରଭୁଙ୍କ ଆସ୍ଥାନ ଚକା) ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ ପାନଛେପ, ମଇଳା , ପରିସ୍ରା ଆଦି ପଡିଥିବା ଜଣାଗଲେ ଏହି ମହାସ୍ନାନ କରାଯାଏ । ସେଥିରେ ମଧ୍ୟ ବଡ଼ ଦେଉଳ ଶୋଧ କରାଯାଏ । ଠାକୁରଙ୍କ ନୀତି ବନ୍ଦ ରୁହେ ଓ ମହା ସ୍ନାନ ପରେ ପୁଣି ନୀତି ହୁଏ ।

    -ବଡ଼ ମହାସ୍ନାନ – ଭିତର ପୋଖରିଆରୁ ଜଳବିଜୟ ଦ୍ୱାର ମଧ୍ୟରେ ଝାଡା, ପରିସ୍ରା, ରକ୍ତବାନ୍ତି,ଛେପଖଙ୍କାର ଆଦି ପଡିଥିଲେ ଏହି ମହାସ୍ନାନ କରାଯାଏ ।

    -ଯାତ୍ରାଙ୍ଗୀ ମହାସ୍ନାନ -ଯାତ୍ରା ଦିନ ମାନଙ୍କରେ ହେଉଥିବା ଏକ ଅତିରିକ୍ତ ଶୁଦ୍ଧି ବା ସ୍ନାନନୀତି ।ବିଭିନ୍ନ ଯାତ୍ରାରେ ଏହା ହେଉଥିବା ବେଳେ ରଥଯାତ୍ରାରେ ଯାଇ ମହାପ୍ରଭୁ ଯଜ୍ଞଦେବୀରେ ବିଜେ କରିବା ପରେ ଓ ବାହୁଡ଼ାଯାତ୍ରାରେ ଫେରି ରତ୍ନବେବୀରେ ବିଜେ କରିବା ପରେ ଏହି ଯାତ୍ରାଙ୍ଗୀ ମହାସ୍ନାନ କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    19 ° C
    19 °
    19 °
    46 %
    1.1kmh
    31 %
    Sun
    34 °
    Mon
    35 °
    Tue
    34 °
    Wed
    34 °
    Thu
    34 °

    ସମ୍ବନ୍ଧିତ