Saturday, April 11, 2026
27.5 C
Odisha

    ଶ୍ରୀଜିଉଙ୍କ ମହାସ୍ନାନ ନୀତି ସମ୍ପନ୍ନ

    ଆଗକୁ ପଢନ୍ତୁ

    ଦେବସ୍ନାନ ପୂର୍ଣ୍ଣିମାରେ ଚାରି ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ  ହୋଇଛି । ସୁନା କୂଅରୁ ୧୦୮ ଗରା ପାଣି ଅଣାଯାଇ ମହାପ୍ରଭୁଙ୍କୁ ସେବାୟତମାନେ ମହାସ୍ନାନ କରାଇଛନ୍ତି । ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ  ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି ।

    ଶ୍ରୀଜିଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାଲିଙ୍କିରେ ବସି ସ୍ନାନ ମଣ୍ଡପରେ ପହଞ୍ଚିବେ ଏବଂ ଛେରାପହଁରା ନୀତି ପରେ ବିଧି ଅନୁଯାୟୀ ଆଳତି କରିବେ । ଏହାପରେ ଶ୍ରୀଜିଉମାନଙ୍କର ଗଜାନନ ବେଶ ଆରମ୍ଭ ହେବ।

    ସୂଚନାଯୋଗ୍ୟ, ସ୍ନାନଯାତ୍ରା ପରେ ଶ୍ରୀଦିଅଁମାନେ ଆଉ ରତ୍ନବେଦୀକୁ ନ ଫେରି ଅତ୍ୟଧିକ ଗାଧୋଇବା ଯୋଗୁ ଜ୍ୱରରେ ପଡ଼ି ଅଣସର ଘରକୁ ଯିବେ। ଅଣସର ଘରେ ୧୩ ଦିନର ଗୁପ୍ତ ସେବା ପରେ ଜ୍ୱରରୁ ଶ୍ରୀଦିଅଁ ଆରୋଗ୍ୟ ଲାଭ କରି ନବଯୌବନ ପ୍ରାପ୍ତି ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ରଥାଯାତ୍ରାରେ ଶ୍ରୀମନ୍ଦିର ବାହାରକୁ ଆସି ମାଉସୀମା ମନ୍ଦିରର ଜନ୍ମବେଦୀକୁ ଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ