Tuesday, December 16, 2025
18.8 C
Odisha

    ଶ୍ରୀମନ୍ଦିରରେ ଆରମ୍ଭ ହେଲା ବାଳଧୂପ

    ଆଗକୁ ପଢନ୍ତୁ

    କାର୍ତ୍ତିକ ମାସର ଅନ୍ୟ ଏକ ବିଶେଷତ୍ତ୍ୱ ହେଉଛି ବାଳଧୂପ । ଏହି ମାସରେ ମହାପ୍ରଭୁଙ୍କ ନିକଟରେ ସକାଳଧୂପ ବଢିବା ପରେ ବାଳଧୂପ ହୋଇଥାଏ । ବାଳଧୂପ ବଢିବା ପରେ ରାଧାଦାମୋଦର ବେଶ ଓଲାଗି କରାଯାଏ । ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ବାଳଧୂପ ହୋଇଥାଏ । କିନ୍ତୁ ରାଧାଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ହୋଇଥାଏ । ବାଳଧୂପରେ ବିଭିନ୍ନ ପ୍ରକାର ପାଚିଲା ଫଳ, ଖଇ ଆଦି ପଞ୍ଚୋପଚାର ବିଧିରେ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ସାଧାରଣତଃ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ପଞ୍ଚୋପଚାର ପୂଜା ସିଂହାସନ ତଳେ ପୂଜାପଣ୍ଡାମାନେ କରୁଥିବା ବେଳେ ବାଳଧୂପରେ ରତ୍ନସିଂହାସନ ଉପରେ ପୂଜାପଣ୍ଡାମାନେ ପଞ୍ଚୋପଚାର ପୂଜା କରିଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.8 ° C
    18.8 °
    18.8 °
    49 %
    1.3kmh
    7 %
    Tue
    18 °
    Wed
    28 °
    Thu
    27 °
    Fri
    26 °
    Sat
    26 °

    ସମ୍ବନ୍ଧିତ