Friday, June 26, 2026
36.5 C
Odisha

    ଶ୍ରୀମନ୍ଦିରରେ ସୁଜାତା ରାଉତ, ବିଜେଡିରେ ସାମିଲ ହେବା ପରେ ପୁରୀ ଓ କଟକ ଚଣ୍ଡୀ ମନ୍ଦିରରେ ନେଲେ ଆଶୀର୍ବାଦ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶ୍ରୀମନ୍ଦିରରେ ସୁଜାତା ରାଉତ । ବିଜେଡିରେ ସାମିଲ ହେବା ପରେ ପୁରୀ ଶ୍ରୀମନ୍ଦିର ଓ କଟକ ଚଣ୍ଡୀ ମନ୍ଦିରରେ ଆଶୀର୍ବାଦ ନେଲେ ସୁଜାତା ରାଉତ । ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ପରେ ପୂର୍ବତନ ପ୍ରଶାସକ ସୁଜାତା ରାଉତ ଓଡ଼ିଶାର ଦୁଇଟି ପ୍ରମୁଖ ଧାର୍ମିକ ପୀଠ ପରିଦର୍ଶନ କରି ମହାପ୍ରଭୁ ଓ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସୂଚନା ଅନୁଯାୟୀ ଜନସେବାର ଏହି ନୂଆ ରାଜନୈତିକ ଯାତ୍ରା ପାଇଁ ଗତକାଲି ସନ୍ଧ୍ୟାରେ ସୁଜାତା ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହାପରେ ଆଜି ସକାଳେ ସେ କଟକର ପ୍ରସିଦ୍ଧ ମା’ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ।

    ଉଲ୍ଲେଖଯୋଗ୍ୟ ଯେ, ସେ ନିଜ ପ୍ରଶାସନିକ କ୍ୟାରିୟର ସମୟରେ କଟକର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ସଂସ୍କୃତି ଓ ନିଜର ପୁରୁଣା କର୍ମକ୍ଷେତ୍ର ସହ ସ୍ପିରିଚୁଆଲ୍ କନେକ୍ଟ ବା ଆଧ୍ୟାତ୍ମିକ ଭାବେ ଯୋଡ଼ି ହେବା ପାଇଁ ଏହା ତାଙ୍କର ଏକ ବ୍ୟକ୍ତିଗତ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ, ଗତ କାଲି ଭୁବନେଶ୍ୱରସ୍ଥିତ ‘ଶଙ୍ଖ ଭବନ’ରେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ । ଓଡ଼ିଶାର ଜନସାଧାରଣଙ୍କ ବିକାଶ ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ତୃଣମୂଳ ସ୍ତରରେ କାମ କରିବା ପାଇଁ ସେ ନିଜର ସଙ୍କଳ୍ପ ପ୍ରକାଶ କରିଛନ୍ତି । ତାଙ୍କର ଏହି ଯୋଗଦାନ ଦଳକୁ ଆହୁରି ମଜବୁତ କରିବ ବୋଲି ବିଜେଡି ନେତା ଓ ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.5 ° C
    36.5 °
    36.5 °
    41 %
    1.2kmh
    11 %
    Fri
    37 °
    Sat
    38 °
    Sun
    37 °
    Mon
    37 °
    Tue
    34 °

    ସମ୍ବନ୍ଧିତ