Sunday, April 12, 2026
25.2 C
Odisha

    ଶ୍ରେଣୀ ଗୃହ ଭିତରେ ଛାତ୍ରଙ୍କୁ ବିବାହ କଲେ ଅଧ୍ୟାପିକା, ଭିଡିଓ ଭାଇରାଲ୍‌

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗରେ ଶ୍ରେଣୀଗୃହ ଭିତରେ ଜଣେ ଅଧ୍ୟାପିକା ତାଙ୍କ ଛାତ୍ରଙ୍କୁ ବିବାହ କରୁଥିବା ବେଳର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓରେ ‘ହଳଦୀ’ ଏବଂ ମାଳା ଆଦାନପ୍ରଦାନ ଭଳି ବିବାହ ରୀତିନୀତି ରହିଛି।

    କୋଲକାତାରୁ ପ୍ରାୟ ୧୫୦ କିଲୋମିଟର୍‌ ଦୂରରେ ଥିବା ନାଦିଆର ହରିଙ୍ଗଘାଟ୍‌ ଟେକ୍ନୋଲୋଜି କଲେଜର ଏହି ଦୃଶ୍ୟକୁ ନେଇ ଅନେକ ନିନ୍ଦା କରିଛନ୍ତି। ମୌଲାନା ଅବୁଲ କଲାମ ଆଜାଦ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏହି କଲେଜର ମନସ୍ତତ୍ତ୍ୱ ବିଭାଗରେ ଏପରି ଘଟିଛି।

    ପାଏଲ୍‌ ବାନାର୍ଜୀ ନାମକ ପ୍ରଫେସରଙ୍କୁ ଭିଡିଓରେ କନ୍ୟା ବେଶରେ ମାଳା ପିନ୍ଧିଥିବାର ଦେଖିବାକୁ ମିଳିଛି। ତେବେ ଏହା ପ୍ରକୃତ ବିବାହ ନୁହେଁ ବୋଲି ଅଧ୍ୟାପିକା କହିଛନ୍ତି। ଏହା ଏକ ଶିକ୍ଷାଗତ କାର୍ଯ୍ୟର ଅଂଶ ବୋଲି କହି ସେ ସଫେଇ ଦେଇଛନ୍ତି। ତେବେ ଏହି ମାମଲାର ତଦନ୍ତ କରିବା ପାଇଁ ଏବେ ଅଭିଯୁକ୍ତ ଅଧ୍ୟାପିକାଙ୍କୁ ଛୁଟି ପ୍ରଦାନ କରାଯାଇଛି।

    କଲେଜ କର୍ତ୍ତୃପକ୍ଷ ଏକ ତିନି ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରିଛନ୍ତି। ଉପଯୁକ୍ତ ତଦନ୍ତ ବିନା ଆମେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ ବୋଲି ଅଧିକାରୀ କହିଛନ୍ତି।

    ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ  ହିନ୍ଦୁ ବିବାହ ରୀତିନୀତି ଅନୁସାରେ ବିବାହ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓରେ ଦୁଇଜଣ ମାଳ ଆଦାନପ୍ରଦାନ କରି ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ମହମବତୀ ଚାରିପାଖରେ ବୁଲି ସାତ ବଚନ ଦେଉଛନ୍ତି।

    ଛାତ୍ର ଜଣକ ଅଧ୍ୟାପିକାଙ୍କୁ ସିନ୍ଦୂର ଲଗାଇବା ସହ ତାଙ୍କୁ ଗୋଲାପ ପ୍ରଦାନ କରୁଥିବା ମଧ୍ୟ ଦେଖାଯାଇଛି। ପ୍ରଫେସର ଏବଂ ଛାତ୍ରଙ୍କ ଦସ୍ତଖତ ସହିତ ବିଶ୍ୱବିଦ୍ୟାଳୟ ଲେଟରହେଡ୍ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ପରସ୍ପରକୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରାଯାଇଛି। ଏଥିରେ ଉଭୟ ପକ୍ଷର ତିନି ଜଣ ସାକ୍ଷୀଙ୍କ ଦସ୍ତଖତ ମଧ୍ୟ ରହିଛି।

    ବର୍ଷ ବର୍ଷ ଧରି ମନସ୍ତତ୍ତ୍ୱ ପଢ଼ାଉଥିବା ଶ୍ରୀମତୀ ବାନାର୍ଜୀ ଦାବି କରିଛନ୍ତି ଯେ ଏହି କାର୍ଯ୍ୟ ଏକ “ମନୋବିଜ୍ଞାନ ନାଟକ”ର ଅଂଶ ଥିଲା। ଛାତ୍ରମାନଙ୍କୁ ଭଲ ଭାବେ ବୁଝାଇବା ପାଇଁ ସେ ଏହି ପଦ୍ଧତି ଆପଣେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    17 %
    1.7kmh
    0 %
    Sat
    25 °
    Sun
    40 °
    Mon
    41 °
    Tue
    42 °
    Wed
    44 °

    ସମ୍ବନ୍ଧିତ