Friday, April 3, 2026
27 C
Odisha

    ଷ୍ଟକ ବଜାରରେ ହାହାକାର, ୧୩୯୦ ପଏଣ୍ଟ ଖସିଲା ସେନସେକ୍ସ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଭାରତୀୟ ଷ୍ଟକ୍ ବଜାରରେ ସୁଧାରର କୌଣସି ସଙ୍କେତ ଦେଖାଯାଉନାହିଁ। ବେଶ କେତୋଟି ସେସନରେ ବୃଦ୍ଧି ପରେ ଆଜି ବଜାର ପୁଣି ଥରେ ବଜାରରେ ବଡ଼ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ବିଏସଇ ସେନସେକ୍ସ ୧୩୯୦.୪୧ ପଏଣ୍ଟ ହ୍ରାସ ପାଇ ୭୬୦୨୪.୫୧ ରେ ବନ୍ଦ ହୋଇଥିଲା। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୩୫୩.୬୫ ପଏଣ୍ଟ ହ୍ରାସ ପାଇ ୨୩୧୬୫.୭୦ ପଏଣ୍ଟରେ ବନ୍ଦ ହୋଇଛି। ଆଜି ବଜାରରେ ଚାରିଆଡ଼େ ବିକ୍ରୟ ହେଉଥିଲା।କୁହାଯାଉଛି ଯେ ଟ୍ରମ୍ପଙ୍କ ଦ୍ବାରା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବା ଆଶଙ୍କାରେ ସମଗ୍ର ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ସେହିପରି ତେଲଦର ବୃଦ୍ଧି ନିବେଶକଙ୍କ ମନୋଭାବକୁ ଦୁର୍ବଳ କରିଛି ।

    ବଜାରରେ ବଡ଼ଧରଣର ହ୍ରାସ ଯୋଗୁଁ ଆଜି ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ୨୮ ମାର୍ଚ୍ଚରେ ଯେତେବେଳେ ବଜାର ବନ୍ଦ ହୋଇଥିଲାସେତେବେଳେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୪୧୨୮୭୬୪୬ କୋଟି ଟଙ୍କା ଥିଲା। ଆଜିର ବିକ୍ରୟରେ ବଜାର ପୁଞ୍ଜି ୪୦୯୬୪୮୨୧.୬୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଏହିପରି ଭାବରେନିବେଶକମାନେ ଆଜି ୩.୪୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ବଜାର ଏତେ ହ୍ରାସ ପାଇଲା କାହିଁକି ? କୁହାଯାଉଛି ଯେ ଟ୍ରମ୍ପଙ୍କ ଦ୍ବାରା ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବା ଆଶଙ୍କାରେ ସମଗ୍ର ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ସେହିପରି ତେଲଦର ବୃଦ୍ଧି ନିବେଶକଙ୍କ ମନୋଭାବକୁ ଦୁର୍ବଳ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ