Wednesday, October 7, 2026
21.5 C
Odisha

    ଷ୍ଟିଲ୍‌ ସିଟିରେ ମୋ’ ବସ୍‌ ସେବା ଠପ୍‌; ଷ୍ଟାଣ୍ଡରେ ଛିଡ଼ା ହୋଇଛି ୧୦୦ ବସ୍‌

    ଆଗକୁ ପଢନ୍ତୁ

    ରାଉରକେଲା: ଷ୍ଟିଲ୍‌ ସିଟି ରାଉରକେଲା ମୋ ବସ୍‌ ସେବା ଠପ୍‌ ହୋଇଯାଇଛି। ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଛି ୧୦୦ ବସ୍‌। ପ୍ରାୟ ୩ ଘଣ୍ଟା ଧରି ପ୍ରତିବାଦ କରୁଛନ୍ତି ବସ୍‌ କର୍ମଚାରୀ। ଯେଉଁଥିପାଇଁ ସହରବାସୀ ନାହିଁନଥିବା ଅସୁବିଧାରେ ପଡ଼ିଛନ୍ତି। କିଛି ବିଶୃଙ୍ଖଳି ଯୁବକଙ୍କ ଅଭଦ୍ରାମୀ ଆଚରଣ ପାଇଁ ଏହି ବିବାଦ ମୁଣ୍ଡ ଟେକିଛି। ରାଉରକେଲା ଡିଏସ୍‌ପି ଷ୍ଟାଣ୍ଡରେ ପହଞ୍ଚି ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ସହିତ ଆଲୋଚନା କରୁଛନ୍ତି। ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଗୋଟିଏ ମୋ ବସ୍‌ ଯାତ୍ରୀଙ୍କୁ ଧରି ଯାଉଥିଲା। ଠିକ୍‌ ସେହି ସମୟରେ ଗୋଟିଏ ବୁଲା କୁକୁର ବସ୍‌ ଆଗକୁ ଚାଲି ଆସିଥିଲା। କୁକୁରଟି ବସ୍‌ରେ ପିଟି ହୋଇ କେ’ ପରି କରି ପଳାଇ ଯାଇଥିଲେ। କୁକୁରର କିଛି ହୋଇନଥିଲା। ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିଲା। ହେଲେ ସେଠାରେ ଉପସ୍ଥିତ ଥିବା ୩ ଜଣ ଯୁବକ ଅଜଥାରେ ବସ୍‌କୁ ଅଟକାଇ ଥିଲେ। ଆଉ ବସ୍‌ କର୍ମଚାରୀଙ୍କୁ ଗାଳି ଦେଇଥିଲେ। ଏପରିକି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    86 %
    1.2kmh
    4 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ