Sunday, October 4, 2026
30.6 C
Odisha

    ଷ୍ଟିଲ ଗରାରେ ପଶିଗଲା ୪ ବର୍ଷର ଶିଶୁପୁତ୍ରର ମୁଣ୍ଡ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼ : ୪ ବର୍ଷର ଶିଶୁ ପୁତ୍ର ମୁଣ୍ଡରେ ଷ୍ଟିଲ ଗରା। ଖେଳୁ ଖେଳୁ ଅଚାନକ ମୁଣ୍ଡରେ ଗରା ପୁରାଇ ଦେଇଥିଲା ପିଲାଟି। ହେଲେ ତା ପରେ ଆଉ ଗରା ଭିତରୁ ମୁଣ୍ଡକୁ ବାହାର କରିପାରିନଥିଲା। କି ଭଳ ଭାବରେ ନିଶ୍ୱାସ ମଧ୍ୟ ନେଇପାରୁନଥିଲା। ଖାଲି କଷ୍ଟରେ କାନ୍ଦୁଥିଲା। ଘର ଲୋକ ବି ଅନେକ ଚେଷ୍ଟା କଲେ। ଗରା ଭିତରୁ ଛୋଟ ଛୁଆଟିର ମୁଣ୍ଡକୁ ବାହାର କରିବା ପାଇଁ। ହେଲେ କୌଣସି ସୁଫଳ ମିଳିଲା ନାହିଁ। ବରଂ ପିଲାଟିକୁ ଅଧିକ କଷ୍ଟ ହେଉଥିଲା। କିଛି ଉପାୟ ନପାଇ ଶେଷରେ ପରିବାର ଲୋକ ପିଲାଟିକୁ ପାଖ ହସ୍ପିଟାଲକୁ ନେଇଥିଲେ।

    ହଁ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ବଣାଇ ଥାନା ଅନ୍ତର୍ଗତ ଜାଙ୍ଗଳା ଗାଁରେ। ଜାଙ୍ଗଳା ଗାଁର ବାବୁଲି ମୁଣ୍ଡାଙ୍କ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ଅଚାନକ ମୁଣ୍ଡରେ ଷ୍ଟିଲ ଗରା ପୁରାଇ ଦେଇଥିଲା। ଘର ଲୋକ ବହୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ବଣାଇ ଉପକଣ୍ଠ ହସ୍ପିଟାଲକୁ ଅଣାଯାଇଥିଲା।ଶେଷରେ ହସ୍ପିଟାଲରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଦୁଇରୁ ଅଢେଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଡାକ୍ତରମାନେ ସଫଳ ହୋଇଥିଲେ। କଇଁଚି ଓ କଟର ସାହାର୍ଯ୍ୟରେ ଗରାକୁ କଟାଯାଇ ଶିଶୁକୁ ଉଦ୍ଧାର କରାଯାଇଥିଲା। ବହୁ ଚେଷ୍ଟା ପରେ ଶିଶୁଟିର ମୁଣ୍ଡକୁ ଗରାରୁ ବାହାର କରାଯାଇଥିଲା। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ