Tuesday, September 29, 2026
29.2 C
Odisha

    ଷ୍ଟେଟ ବିଜନେସ୍ ଆୱାର୍ଡ ୨୦୨୫ ଅନୁଷ୍ଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଭରତ ମୋସନ ଇଭେଣ୍ଟସ ପକ୍ଷରୁ ଦ୍ଵିତୀୟ ଷ୍ଟେଟ ବିଜିନେସ୍ ଆୱାର୍ଡ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୨୫ ଜଣ ସଫଳ ଯୁବ ଉଦ୍ୟୋଗୀଙ୍କୁ ନିର୍ବାଣ ଫାଉଣ୍ଡେସନ ତରଫରୁ ସମ୍ମାନିତ କରାଯାଇଛି। ଓଡ଼ିଶାର ପ୍ରତିଷ୍ଠିତ ଯୁବ ଉଦ୍ୟୋଗୀ କିପରି ଆହୁରି ପାଦେ ଆଗେଇବେ ସେଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନିର୍ବାଣ ଫାଉଣ୍ଡେସନ ବିଜିନେସ୍ ଆୱାର୍ଡ ସହିତ ଅନେକ ସାମାଜିକ ଉପଯୋଗୀ କ୍ଷେତ୍ରରେ କାର୍ଯ୍ୟ କରୁଛି ।
    ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢା ପ୍ରତି ଆଗ୍ରହ ବଢାଇବା ପାଇଁ ବହି, ଖାତା, କଲମ, ପେନସିଲ ଇତ୍ୟାଦି ପ୍ରଦାନ କରାଯାଇଥିଲା। ୩୦ଟି ଜିଲ୍ଲାର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ନିର୍ବାଣ ଫାଉଣ୍ଡେସନ ପ୍ରଚେଷ୍ଟା କରିବ। ଏହି ଆୱାର୍ଡ କାର୍ଯ୍ୟକ୍ରମକୁ ଆରଜେ, ଭିଜେ କେପି ପରିଚାଳନା କରିଥିଲେ ଏବଂ ଏଥିରେ ବିଜିନେସ୍ ରେ କଣ ସବୁ ଚାଲେଞ୍ଜେସ୍ ରହୁଛି ସେହି ସମ୍ପର୍କୀୟ ଏକ ଆଲୋଚନା ଚକ୍ର ହୋଇଥିଲା ।ଏହି ପର୍ବରେ ସ୍ୱତନ୍ତ୍ର ଅତିଥିଭାବେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ସୂର୍ଯ୍ୟକାନ୍ତ ବେହେରା, ମ୍ୟାନେଜିଂ ଡାଇରେକ୍ଟର ମେଘା ବିଲଡର, ଡଃ ଶୁଭାଶିଷ ଦାସ ମ୍ୟାନେଜିଂ ଡାଇରେକ୍ଟର, ଆପୋଲୋ ଟ୍ରି ହୋଟେଲ, ସଞ୍ଜୟ ଜେନା, ମ୍ୟାନେଜିଂ ଡାଇରେକ୍ଟର, ଭାରତ ଫୁଏଲ, ବୁସ୍ରା ଖାଁ, ମ୍ୟାନେଜିଂ ଡାଇରେକ୍ଟର, ବୁସ୍ରା ଖାଁ ପାରାଦ୍ୱୀପ ପରିବହନ ଲିମିଟେଡ଼ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିବୃନ୍ଦଙ୍କୁ ଭରତ ପ୍ରଧାନ ସ୍ୱାଗତ ଜଣାଇଥିଲେ। ଶେଷରେ ଭରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ