Sunday, September 8, 2024
24.3 C
Odisha

    ସଂକଳ୍ପପତ୍ରର ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବ ବିଜେପି ସରକାର : ମନମୋହନ ସାମଲ

    ଆଗକୁ ପଢନ୍ତୁ

    ପୁରୀ/ଭୁବନେଶ୍ୱର,ତା.୧୯/୦୭: ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ପୁରୀରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ସାଧାରଣ ନିର୍ବାଚନରେ ବିଜେପି ୨୧ ରୁ ୨୦ଟି ସାଂସଦ ଜିତିବା ସହ ରାଜ୍ୟରେ ମଧ୍ୟ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ନିର୍ବାଚନ ସମୟରେ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପରିଚାଳନା ଦାୟିତ୍ୱ ନେବା ସହିତ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ବିଶ୍ୱାସ ରଖିଥିଲେ । ଏଥିସହ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ବିଶ୍ୱାସ ଯୋଗୁଁ ବିଜେପି ସଫଳତା ପାଇଛି ବୋଲି ପୁରୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କାର୍ଯ୍ୟକର୍ତା ଓ କେନ୍ଦ୍ରୀୟ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
    ଶ୍ରୀ ସାମଲ କହିଛନ୍ତି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟକର୍ତାଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି । ବିଜେପି ସଂକଳ୍ପପତ୍ରରେ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିକୁ ପାଳନ କରୁଛି । ସରକାର ଗଠନ କରିବାର ମାସକ ଭିତରେ ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଧାନ କୁଇଂଟାଲ ୩୧ଶହ ଟଙ୍କା ଭଳି ନିଷ୍ପତି ନେଇଛନ୍ତି । ଏଥିସହ ୧୦୦ଦିନ ଭିତରେ ସଂକଳ୍ପପତ୍ରର ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ ପାଇଁ ଖସଡା ପ୍ରସ୍ତୁତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାର ଏବଂ ଦଳ ଭିତରେ ସମନ୍ୱୟ ଶକ୍ତିଶାଳୀ ହେବ । ଗ୍ରାମାଚଂଳ ଓ ସହରାଚଂଳରେ ସଙ୍ଗଠନ ମଜବୁତ କରିବା ପାଇଁ ଆହ୍ୱାନ କଲେ ଶ୍ରୀ ସାମଲ ।
    ଯୁବକ, ମହିଳା, ଗରିବ ଏବଂ କୃଷକମାନଙ୍କୁ ଗୁରୁତ୍ୱ ଦେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଦାଦନ ସମସ୍ୟା ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ ହେବ । ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଶିକ୍ଷକ ନିଯୁକ୍ତି କରାଯିବ । ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସବୁବେଳେ ଦଳ ରହିବ । ମନ୍ତ୍ରୀମାନେ ଭଲ କାମ କରୁଛନ୍ତି । କାର୍ଯ୍ୟକାରୀ କମିଟି ସବୁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଯିଏ ଦୁର୍ନୀତି କରିବ ତାର ଦଣ୍ଡ ସୁନିଶ୍ଚିତ । ଆଇନର ଉର୍ଦ୍ଧ୍ୱରେ କେହି ନାହାନ୍ତି । ଯିଏ ଓଡ଼ିଶାରେ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    91 %
    0.9kmh
    87 %
    Sun
    29 °
    Mon
    30 °
    Tue
    27 °
    Wed
    29 °
    Thu
    30 °

    ସମ୍ବନ୍ଧିତ