Wednesday, October 7, 2026
31.4 C
Odisha

    ସକାଳୁ ଉଠିବା ମାତ୍ରକେ ମୁହଁ ନଧୋଇ ପିଇ ନିଅନ୍ତୁ ମାତ୍ର ଗୋଟିଏ ଗ୍ଲାସ ପାଣି,ହୋଇଯିବ ଚମତ୍କାର

    ଆଗକୁ ପଢନ୍ତୁ

    ଆମେ ଅନେକ ଲୋକ ସକାଳୁ ନିଜ ଗୁରୁଜନମାନଙ୍କୁ ଉଠିବା ମାତ୍ରକେ ମୁହଁ ନଧୋଇ ପାଣି ପିଇବା ପ୍ରାୟ ଦେଖିଚୁ। ଆମେ ଏହାକୁ ଶରୀର ପାଇଁ କ୍ଷତିକାରକ ଭାବିଥାଉ। ଆମେ ସକାଳୁ ମୁହଁ ଧୋଇ ପାଣି ପିଇବାକୁ ଉଚିତ ମନେକରିଥାଉ କିନ୍ତୁ ଅଧୁଆ ମୁହଁରେ ପାଣି ପିଇବାର ଚମତ୍କାର ଲାଭ ରହିଛି ବୋଲି ଆୟୁର୍ବେଦରେ କୁହାଯାଇଛି।
    ଆସନ୍ତୁ ଜାଣିବା ଅଧୁଆ ମୁହଁରେ ପାଣି ପିଇବାର ଲାଭ ବିଷୟରେ :

    ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା ମେଟାବୋଲିଯିମ ରେଟ ବୃଦ୍ଧି ହୋଇଥାଏ। ଏହାଦ୍ୱାରା କୋଷ୍ଠ କାଠିନ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। କହିବାକୁ ଗଲେ ପେଟ ସମ୍ପୂର୍ଣ ସୁସ୍ଥ ରହିଥାଏ। ପାଚନ ଶକ୍ତି ସୁଦୃଢ଼ ହୋଇଥାଏ।

    ଆୟୁର୍ବେଦ ଅନୁସାରେ ସକାଳୁ ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା ମେଟାବୋଲିଯିମ ରେଟ ବୃଦ୍ଧି ହେବା କାରଣରୁ ଓଜନ ହ୍ରାସ ହେବାରେ ସାହାଯ୍ୟ ମିଳିଥାଏ। ଏହା ଆମ ଶରୀରର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିଥାଏ। ସକାଳୁ ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ, ତ୍ୱଚାରେ ଶୀଘ୍ର କୁଞ୍ଚନ ଆସି ନଥାଏ ଏବଂ ପିଗମେଣ୍ଟେସନ ସମସ୍ୟା ମଧ୍ୟ ଦୂର ହୋଇଥାଏ। ସ୍କିନ ହାଇଡ୍ରେଟ ରହିଥାଏ।

    ଯଦି ଆପଣ ସକାଳୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇବେ ତେବେ ଆପଣଙ୍କ ପାଟିର ଲାଳ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଶରୀରକୁ ଡିଟକ୍ସ କରି ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ।

    ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା କିଡ୍ନୀ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ଆରାମ ମିଳିଥାଏ। କିଡ଼ନୀର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ।

    ଅଧୁଆ ମୁହଁରେ ପାଣି ପିଇବା ଦ୍ୱାରା କେଶ ମୂଳର ବ୍ଲଡ଼ ଶେର୍କୁଲେସନ ଠିକ ଭାବରେ ହୋଇଥାଏ। ଏହାଦ୍ୱାରା କେଶ ମଜବୁତ ହୋଇଥାଏ।କେଶ ଝାଡ଼ିବା ସମସ୍ୟା ଦୂର ହୋଇଥାଏ।

    ଯଦି ଆପଣଙ୍କର ପାଟି ରେ ଘା ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ସକାଳୁ ଗୋଟିଏ ଗ୍ଲାସ ପାଣି ଅଧୁଆ ମୁହଁ ରେ ପିଅନ୍ତୁ। ମାଉଥ ଅଲସର ସମ୍ବନ୍ଧୀୟ ସମସ୍ୟା ଖୁବ ସହଜରେ ଦୂର ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ