Monday, October 19, 2026
23.2 C
Odisha

    “ରିଲେସନସିପ ଡିପ୍ରେସନ ” କଣ ? ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଯେତେବେଳେ ୨ଜଣ ବ୍ୟକ୍ତି ପ୍ରେମର ବନ୍ଧନରେ ବାନ୍ଧି ହୋଇ ସମ୍ପର୍କକୁ ସ୍ଥାୟୀ କରି ରଖିବାରେ ଅସମର୍ଥ ହୋଇଯାଆନ୍ତି ସେତେବେଳେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଆଜିର ଯୁବପିଢ଼ି ସେହିଭଳି ଗୋଟିଏ ସମୟରେ ଚାଲିଛନ୍ତି। ଯେଉଁଠାରେ ସମ୍ପର୍କ ଯେତେ ଶୀଘ୍ର ତିଆରି ହୋଇଥାଏ ସେତେ ଶୀଘ୍ର ଭାଙ୍ଗି ଯାଇଥାଏ। ସମ୍ପର୍କରେ ଫାଟ ଓ ଅଶାନ୍ତି ଦମ୍ପତିଙ୍କ ମଧ୍ୟରେ ଡିପ୍ରେସନର କାରଣ ହୋଇଥାଏ।ଯାହାକୁ ମନୋବିଜ୍ଞାନୀମାନେ ରିଲେସନସିପ ଡିପ୍ରେସନର ନାମ ଦେଇଛନ୍ତି। ଆସନ୍ତୁ ଜାଣିବା କାହିଁକି କପଲ୍ସଙ୍କ ମଧ୍ୟରେ ବୃଦ୍ଧି ପାଉଛି ରିଲେସନସିପ ଡିପ୍ରେସନ।

    ରିଲେସନସିପ ଡିପ୍ରେସନର କାରଣ –

    ଆଜିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଏତେ ବ୍ୟସ୍ତ ରହୁଛନ୍ତି ଯେ , ସେମାନେ ନିଜ ପରିବାର ପାଇଁ ମଧ୍ୟ ସମୟ ବାହାର କରିପାରୁ ନାହାନ୍ତି। ସମୟ ଅଭାବରୁ କପଲ୍ସଙ୍କ ମଧ୍ୟରେ ଦୂରତା ଆସିଯାଉଛି। ଯାହା ଆଗକୁ ଯାଇ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରୁଛି। ଏହା ସେହି ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ମିଳୁଛି ଯେଉଁମାନେ ଆବଶ୍ୟକତା ଠାରୁ ଅଧିକ ବ୍ୟସ୍ତ ରହୁଛନ୍ତି।

    ଏହାଛଡା ନିଜ ପାର୍ଟନର ସହିତ କ୍ୱାଲିଟି ଟାଇମ ସ୍ପେଣ୍ଟ କରିପାରୁନାହାନ୍ତି , ଯାହାକି ରିଲେସନସିପ ଡିପ୍ରେସନର ଗୋଟିଏ ବଡ଼ କାରଣ ଅଟେ।

    ମନୋବିଜ୍ଞାନୀଙ୍କ ମତରେ ଗୋଟିଏ ସକ୍ସେସଫୁଲ ରିଲେସନସିପ ପାଇଁ ନିଜ ପାର୍ଟନରକୁ ସମୟ ଦେବା ସବୁଠୁ ଜରୁରୀ। ଏପରି କରିବା ଦ୍ୱାରା ବ୍ୟକ୍ତି ନିଜ ପାର୍ଟନର ସହିତ ସମ୍ପର୍କକୁ ଅଧିକ ମଜବୁତ କରିପାରିବ।

    ଏହାଛଡା ଆଜିର ଯୁବପିଢୀ ଅଧିକ କ୍ୟାରିଅର ଓରିଏଣ୍ଟେଡ ମଧ୍ୟ ହୋଇ ଯାଉଛନ୍ତି , ଯାହା ତାଙ୍କୁ ପରିବାର ଠାରୁ ଦୂରେଇ ନେଉଛି ଓ ଏକାକୀ କରିଦେଉଛି।

    ରିଲେସନସିପରେ ଡିପ୍ରେସନର ପ୍ରଭାବ –

    ରିଲେସନସିପରେ ଡିପ୍ରେସନ ଦେଇ ଗତି କରୁଥିବା ବ୍ୟକ୍ତିଙ୍କ ସ୍ଵଭାବରେ ଚିଡିଚିଡା ଭାବ ଅଧିକ ଦେଖାଯାଇଥାଏ।

    ଏହି ଡିପ୍ରେସନର ପ୍ରଭାବ ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଭାବରେ କ୍ଷତି କରିଥାଏ। ଯାହାଦ୍ୱାରା ବ୍ୟକ୍ତି ଭାବନାତ୍ମକ ଭାବରେ ଅସୁରକ୍ଷିତ ଅନୁଭବ କରିଥାଏ ଓ ଉଦାସୀନତାର ଶିକାର ହୋଇଥାଏ।

    କିପରି ରିଲେସନସିପ ଡିପ୍ରେସନରୁ ନିଜକୁ ରକ୍ଷା କରିବେ –

    ନିଜ ପାର୍ଟନର ସହିତ ଚାଲିଥିବା ମନୋମାଳିନ୍ୟକୁ ଅଧିକ ବଡ ଆକାରରେ ଆଗକୁ ବଢ଼ାନ୍ତୁ ନାହିଁ, ଯେପରି ସହଜରେ ସମାଧାନ ହୋଇ ପାରିବ ତାହାର ରାସ୍ତା ବାହାର କରନ୍ତୁ।

    ସମ୍ପର୍କରେ ଭାବର ଆଦାନପ୍ରଦାନ କଥା ମାଧ୍ୟମରେ ହେଉ କିମ୍ବା ଅନ୍ୟ ଉପାୟରେ ହେଉ ଖୁବ ଜରୁରୀ ଅଟେ। କାହିଁକି ନା ଏହାଦ୍ୱାରା ସମସ୍ତ ଅସୁବିଧାର ରାସ୍ତା ବାହାରି ପାରିଥାଏ।

    ନିଜ ଇଗୋକୁ କମ କରିବା ନିହାତି ଜରୁରୀ, କାହିଁକି ନା ଅନେକ ସମୟରେ ଇଗୋ ସମ୍ପର୍କରେ ଦୂରତା ଆଣିଥାଏ। ସମ୍ପର୍କରେ ଟିକେ ମଧୁରତା ଆଣନ୍ତୁ।

    ପାର୍ଟନର ଓ ଆପଣଙ୍କ ମଧ୍ୟରେ ଚାଲିଥିବା ଉତେଜନାକୁ ବଡ଼ ଆକାରର କରନ୍ତୁ ନାହିଁ। ନିଜ ମଧ୍ୟରେ କଥା ବିନିମୟ ଦ୍ୱାରା ସମାଧାନ କରନ୍ତୁ।

    କୌଣସି ସମ୍ପର୍କକୁ ଭାଙ୍ଗିବା ପୂର୍ବରୁ ୧୦ଥର ଚିନ୍ତା କରନ୍ତୁ , ତେବେ ଯାଇ ସମ୍ପର୍କ ସୁନ୍ଦର ଭାବରେ ଗଢିଉଠିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ