Wednesday, April 1, 2026
30.8 C
Odisha

    ସକାଳେ ଖାଲିପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ

    ଆଗକୁ ପଢନ୍ତୁ

    ସକାଳ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଜରୁରୀ। ସକାଳେ ଆମେ ଯାହା ବି ଖାଉ, ଶରୀର ଉପରେ ତା’ର ସବୁଠୁ ଅଧିକ ପ୍ରଭାବ ପଡିଥାଏ। ତେଣୁ ସକାଳ ଖାଦ୍ୟ ଯେତେ ସନ୍ତୁଳିତ, ପୋଷଣଯୁକ୍ତ ହେବ ସେତେ ଭଲ। କିନ୍ତୁ କେତେକେ ସକାଳେ କଫି/ଚା’ ପିଇବାକୁ ଭଲ ପାଆନ୍ତି। ହେଲେ ସକାଳୁ ଖାଲି ପେଟରେ ଏହାକୁ ପିଇବା ସ୍ବାସ୍ଥ୍ୟପ୍ରଦ ନୁହେଁ। ଯଦି କଫି/ଚା’ ପିଇବା ନିହାତି ଆବଶ୍ୟକ, ତା’ହେଲେ ପ୍ରଥମେ ପାଣି ପିଅନ୍ତୁ। ତା’ପରେ ଏହା ସହିତ ରୁଟି, ପରଟା କିମ୍ବା ବିସ୍କୁଟ୍‌ ଖାଇବାର ଅଭ୍ୟାସ କଲେ ଭଲ ହେବ।

    ସେହିପରି କେତେକେ ଫିଟ୍‌ନେସ୍‌ କିମ୍ବା ଓ୍ବେଟ୍‌ ଲସ୍‌ ପାଇଁ ସକାଳେ ସାଲାଡ୍‌ ଖାଇଥାନ୍ତି। ଏହା ବି ଶରୀର ପାଇଁ ଆଦୌ ଠିକ୍‌ ନୁହେଁ। କାରଣ ସାଲାଡ୍‌ ଖାଇବାର ସବୁଠୁ ଭଲ ସମୟ ହେଉଛି ଲଞ୍ଚ୍‌ ଟାଇମ୍‌।

    ଅନ୍ୟପକ୍ଷେ ଏକ ଗବେଷଣାରୁ ଜଣାପଡିଛି, ଗୋଟିଏ ମିଡିୟମ୍‌ ସାଇଜ୍‌ର ସେଓକୁ ଡାଇଜେଷ୍ଟ କରିବା ପାଇଁ ୧/୨ ଘଣ୍ଟା ସମୟ ଲାଗିଥାଏ। ତେଣୁ ସକାଳେ ଖାଲିପେଟରେ ସେଓ ଖାଇବା ଦ୍ୱାରା ହଜମକ୍ରିୟାକୁ ନେଇ ସମସ୍ୟା ଦେଖାଯିବାର ଆଶଙ୍କା ରହିଥାଏ। ଆଉ କେତେକେ ସକାଳେ ଲସି ପିଇବାକୁ ପସନ୍ଦ କରିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ