Saturday, October 24, 2026
22.1 C
Odisha

    ସକାଳ ଜଳଖିଆରେ ଖାଆନ୍ତୁ ଚୁଡ଼ା, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ!

    ଆଗକୁ ପଢନ୍ତୁ

     

    ଲୋକମାନେ ଜଳଖିଆ ହିସାବରେ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏହାକୁ ଆପଣମାନେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରି ଖାଇପାରିବେ ।  ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ହଜମ ପ୍ରକ୍ରିୟାକୁ ବି ମଜବୁତ୍ କରିଥାଏ । ଚୁଡାରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଅନେକ ଭିଟାମିନ୍ ପ୍ରଚୁର ମାତ୍ରାର ରହିଥାଏ ।  ଯାହା କୋଷ୍ଠ କାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । ଚୁଡାରେ ଅଧିକ ପରିମାଣର ଫାଇବର ଥିବାରୁ ଶରୀରକୁ ଏହା ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ । ଚୁଡା କଦଳୀ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଆମକୁ ଭୋକ ଲାଗିନଥାଏ । ଯାହା ଦ୍ବାରା ଏହା ଆମ ଓଜନ ହ୍ରାସ କରିବାରେ ବି ସହାୟକ ହୋଇଥାଏ ।

    ଆୟୁର୍ବେଦ ଅନୁଯାୟୀ, ଚୁଡାକୁ  ସଠିକ୍ ଉପାୟରେ ପ୍ରସ୍ତୁତ ଏବଂ ସେବନ କଲେ ଏହାର ସ୍ୱାସ୍ଥ୍ୟଗତ ଲାଭ ବହୁଗୁଣିତ ହୋଇପାରେ ।  ଚୂଡାକୁ ଆମେ ଚୁଡା ଉପମା ବା ଚୂଡା ସନ୍ତୁଳା ଭାବେ ପ୍ରସ୍ତୁତ କରି ଖାଇଥାଉ । ସନ୍ତୁଳା ପାଇଁ  ମୋଟା କିମ୍ବା ମଧ୍ୟମ ମୋଟେଇର ଚୂଡା ବ୍ୟବହାର କରନ୍ତୁ । ତେଲ ବଦଳରେ ଘିଅ ବ୍ୟବହାର କରିବା ଆୟୁର୍ବେଦରେ ଅଧିକ ଉତ୍ତମ ବୋଲି ବିବେଚନା କରାଯାଏ । ଘିଅ ହଜମ ଶକ୍ତି ବଢ଼ାଏ ଏବଂ ଶରୀରକୁ ପୋଷଣ ଦିଏ ।  ତେବେ ଆସନ୍ତୁ ଏହା କ’ଣ ସବୁ ସ୍ବାସ୍ଥ୍ୟ ଲାଭ ପ୍ରଦାନ କରିଥାଏ, ସେ ସମ୍ପର୍କରେ ଅଧିକ ଜାଣିବା ।

    ଏନର୍ଜି ବଢାଏ:ଦିନର ଏକ ଭଲ ଆରମ୍ଭ କରିବା ପାଇଁ ଚୁଡା ଏକ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ବିକଳ୍ପ । ଚୁଡାରେ ଥିବା କାର୍ବୋହାଇଡ୍ରେଟ୍ ଶରୀରକୁ ପ୍ରଚୁର ଶକ୍ତି ଯୋଗାଇବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିବାକୁ ଦେଇନଥାଏ । କାର୍ବୋହାଇଡ୍ରେଟ୍‌ର ଅଭାବ ହେତୁ ବ୍ୟକ୍ତିଙ୍କୁ ବାରମ୍ବାର ଥକ୍କା ଲାଗିବା ଓ ଶରୀରରେ ଶକ୍ତିର ଅଭାବ ଅନୁଭବ ହୋଇପାରେ । ତେଣୁ ଚୁଡା ଖାଇବା ଦ୍ୱାରା ଏହି ସମସ୍ୟାରେ କିଛି ମାତ୍ରାରେ ଉପକାର ମିଳିପାରେ ।

    ମୋଟାପଣ ଦୂର କରେ:ଶରୀରକୁ ସୁସ୍ଥ ଓ ସୁଗଠିତ ରଖିବା ପାଇଁ ଚୁଡା ଖାଇବା ଲାଭଦାୟକ ହୋଇପାରେ ।  ଚୁଡାରେ କ୍ୟାଲୋରିର ପରିମାଣ ତୁଳନାତ୍ମକ ଭାବେ କମ୍ ଥିବାବେଳେ ଏଥିରେ କେତେକ ଆବଶ୍ୟକୀୟ ପୋଷକତତ୍ତ୍ୱ ରହିଛି । ଯଦି ଆପଣ ଦିନର ଆରମ୍ଭ ଚୁଡା ଖାଇ କରନ୍ତି, ତେବେ ଏହା ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବେ କାମ କରିବା ସହ ଓଜନ ନିୟନ୍ତ୍ରଣରେ ସହାୟକ ହୋଇପାରେ ।

    ପେଟକୁ ସୁସ୍ଥ ରଖେ:ଚୁଡାରେ ଥିବା ଫାଇବର୍ ପାଚନକ୍ରିୟାକୁ ସୁସ୍ଥ ରଖିବାରେ ସହାୟତା କରେ । ଏହା ଶରୀରରେ ଧୀରେ ଧୀରେ ହଜମ ହୋଇ ଶକ୍ତି ଯୋଗାଇଥାଏ । ଏହା ସହିତ ଚୁଡାରେ ପନିପରିବା ମିଶାଇ ଖାଇବା ଦ୍ୱାରା ଖାଦ୍ୟରେ ଫାଇବର୍‌ର ପରିମାଣ ଆହୁରି ବଢ଼ିଯାଇଥାଏ । ଯାହା ଅନ୍ତନଳୀ ଓ ପାଚନତନ୍ତ୍ରର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୁଏ ।

    ମଧୁମେହ ପାଇଁ ଉପକାରୀ:ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ ମଧୁମେହ ରୋଗୀମାନେ ଚିନ୍ତା କରନ୍ତି । ହୁଏତ ଏହା ରକ୍ତରେ ଶର୍କରାର ସ୍ତର ବଢ଼ାଇଦେବ କି ନାହିଁ । ତେଣୁ ଏପରି ସ୍ଥିତିରେ ଚୁଡାକୁ ସନ୍ତୁଳିତ ଜଳଖିଆର ଏକ ଅଂଶ ଭାବେ ଗ୍ରହଣ କରାଯାଇପାରେ । ଚୁଡା ପ୍ରସ୍ତୁତ କରିବା ସମୟରେ କମ୍ ତେଲ ଓ ଅଧିକ ପରିମାଣରେ ସବୁଜ ପନିପରିବା ବ୍ୟବହାର କରନ୍ତୁ । ଚୁଡାରେ ଥିବା କାର୍ବୋହାଇଡ୍ରେଟ୍ ରକ୍ତ ଶର୍କରାକୁ ପ୍ରଭାବିତ କରିପାରେ । ତେଣୁ ଏହାର ପରିମାଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପନିପରିବା ଓ ଅନ୍ୟ ପୋଷକ ଖାଦ୍ୟ ସହିତ ଖାଇବା ଦ୍ବାରା ରକ୍ତ ଶର୍କରା ନିୟନ୍ତ୍ରଣରେ ସହାୟକ ହୋଇପାରେ ।

    ହାଡ଼କୁ ମଜବୁତ କରେ :ଅଧ୍ୟୟନରୁ ଜଣାପଡ଼େ ଯେ ଚୁଡାରେ ଥିବା କେତେକ ପୋଷକତତ୍ତ୍ୱ ଓ ଖଣିଜ ପଦାର୍ଥ ହାଡ଼ର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିପାରେ । ସେଥିପାଇଁ ଆପଣ ଚୁଡା ସହିତ ନିୟମିତ ଭାବେ ଦହି ଖାଇପାରିବେ । ଦହିରେ ଥିବା କ୍ୟାଲସିୟମ୍ ହାଡ଼କୁ ମଜବୁତ ରଖିବାରେ ସହାୟତା କରିଥାଏ ।

    ଆଇରନ୍‌ର ଅଭାବ ଦୂର କରେ :ଗର୍ଭାବସ୍ଥା ସମୟରେ ମହିଳାମାନଙ୍କଠାରେ ରକ୍ତହୀନତା ବା ରକ୍ତରେ ହିମୋଗ୍ଲୋବିନ୍‌ର ଅଭାବ ସାଧାରଣତଃ ଦେଖାଦେଇଥାଏ । ଚୁଡାରେ ଆଇରନ୍‌ର ମାତ୍ରା ରହିଥାଏ, ଯାହା ଶରୀରରେ ଲୋହିତ ରକ୍ତ କଣିକା ଉତ୍ପାଦନରେ ବଡ଼ ଭୂମିକା ନିର୍ବାହ କରିପାରେ । ତେଣୁ ଆଇରନ୍‌ଯୁକ୍ତ ଅନ୍ୟ ଖାଦ୍ୟ ସହିତ ଚୁଡାକୁ ଖାଇବା ଲିଷ୍ଟରେ ସାମିଲ କରାଯାଇପାରିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    67 %
    0.8kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    22 °

    ସମ୍ବନ୍ଧିତ