Saturday, September 26, 2026
24.6 C
Odisha

    ସଚିନଙ୍କ ରେକର୍ଡ ଭାଙ୍ଗିଲେ ବୈଭବ, ସର୍ବକନିଷ୍ଠ ପ୍ଲେୟର ଅଫ୍ ଦି ସିରିଜ ଭାବେ ପୁରସ୍କୃତ

    ଆଗକୁ ପଢନ୍ତୁ

    ଭାରତ ତୃତୀୟ ଟି-୨୦ରେ ଜିମ୍ବାୱେକୁ ୩୫ ରନରେ ପରାସ୍ତ କରି ସିରିଜ ୩-୦ ରେ କ୍ଲିପ୍ କରିଛି । ସର୍ବାଧିକ ୧୫୧ ରନ କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ଭାବେ ବିବେଚିତ କରାଯାଇଛି । ସେ ଏହି ପୁରସ୍କାର ଜିତିଥିବା ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଛନ୍ତି । ହରାରେରେ ସୂର୍ଯ୍ୟବଂଶୀ ୪୯ ବଲ୍ ରୁ ୮୧ ରନ୍ କରିଥିଲେ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବେ ମଧ୍ୟ ବିବେଚିତ କରାଯାଇଥିଲା । ସୂର୍ଯ୍ୟବଂଶୀ ଏହି ସଫଳତା ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ । ସୂର୍ଯ୍ୟବଂଶୀ ଚଳିତ ବର୍ଷ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୮୬ ଛକା ମାରିଛନ୍ତି ।

    ବୈଭବ  ଆଫଗାନିସ୍ତାନର ମୁଜୀବ ଉର ରହମାନଙ୍କ ରେକର୍ଡ ଭାଙ୍ଗିଛନ୍ତି ।  ଯିଏ ୧୬ ବର୍ଷ ୩୨୮ ଦିନ ବୟସରେ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଥିଲେ । ସୂର୍ଯ୍ୟବଂଶୀଙ୍କୁ ୧୫ ବର୍ଷ ୧୨୧ ଦିନ ବୟସରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବରେ ବିବେଚିତ କରାଯାଇଛି । ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ପୁରସ୍କାର ଜିତିଥିବା ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଥିବାବେଳେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି , ଯିଏ ୧୭ ବର୍ଷ ୧୧୨ ଦିନ ବୟସରେ ଇଂଲଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ।

    ଏବେ ବୈଭବ ସୂର୍ଯ୍ୟବଂଶୀ ଏହି ସଫଳତା ହାସଲ କରିବାରେ ବିଶ୍ୱର ଦ୍ୱିତୀୟ ଖେଳାଳି ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ