Sunday, October 18, 2026
24 C
Odisha

    ସୌମ୍ୟ ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ପୂର୍ବତନ DFO ସଂଗ୍ରାମ ବେହେରା

    ଆଗକୁ ପଢନ୍ତୁ

    ଗଜପତି : ଏବେ ସଂଗ୍ରାମ ବେହେରାଙ୍କ ଆତ୍ମସମର୍ପଣ ଏହି ପାଞ୍ଚ ବର୍ଷ ପୁରୁଣା ବହୁଚର୍ଚ୍ଚିତ ମାମଲାକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି ।  ପାରଳାଖେମୁଣ୍ଡି ACF ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ମୋଡ଼ । ଆତ୍ମସମର୍ପଣ କଲେ ଗଜପତିର ତତ୍କାଳୀନ DFO । ଏସଡିଜେଏମ କୋର୍ଟରେ ସଂଗ୍ରାମ ବେହେରାଙ୍କ ସରେଣ୍ଡର । ଜାମିନ ଖାରଜ ପରେ ଗଲେ ଜେଲ । ୫ ବର୍ଷ ପରେ ପୁଣି ଚର୍ଚ୍ଚାରେ ସୌମ୍ୟ ମୃତ୍ୟୁ ମାମଲା । ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗଜପତିର ପୂର୍ବତନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆଜି ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

    ସଂଗ୍ରାମ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ଆତ୍ମସମର୍ପଣ ପରେ ସେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ଏସ୍ ଡିଜେଏମ୍ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ।  ଏହାପରେ ସଂଗ୍ରାମ ଜାମିନ ପାଇଁ ଜିଲ୍ଲା ଓ ଦୌରାଜଜ୍ ଙ୍କ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।  ଏହା ପୂର୍ବରୁ ଜୁଲାଇ ୧୪ରେ ହାଇକୋର୍ଟ ସଂଗ୍ରାମଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ପାଇଁ ଦୁଇ ସପ୍ତାହ ସମୟ ଦେଇଥିଲେ ।

    ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡି ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ରହସ୍ୟଜନକ ଭାବେ ୯୦ ପ୍ରତିଶତ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ଏହାପର ଦିନ କଟକର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌମ୍ୟରଞ୍ଜନଙ୍କ ପରିବାର ଏହାକୁ ହତ୍ୟା ଓ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ।

    ଏହାପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଗଜପତି ଡିଏଫ୍ ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗକୁ ନେଇ ଆଇନଗତ ପ୍ରକ୍ରିୟା ଜାରି ରହିଛି। ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ୨୦୨୧ ଅଗଷ୍ଟରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।

    ପରବର୍ତ୍ତୀ ସମୟରେ ମାମଲା ରଦ୍ଦ କରିବା, ଗିରଫ ପରୱାନା ଓ ଆଗୁଆ ଜାମିନକୁ ନେଇ ଦୀର୍ଘ ଆଇନଗତ ଲଢ଼େଇ ଚାଲିଥିଲା। ୨୦୨୫ ଜୁଲାଇରେ ଅପରାଧିକ ମାମଲାକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ। ସେହିବର୍ଷ ଅକ୍ଟୋବରରେ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଥିଲା ।  ଏବେ ସଂଗ୍ରାମ ବେହେରାଙ୍କ ଆତ୍ମସମର୍ପଣ ପରେ ପାଞ୍ଚ ବର୍ଷ ପୁରୁଣା ବହୁଚର୍ଚ୍ଚିତ ମାମଲାକୁ ପୁଣିଥରେ ଚର୍ଚ୍ଚାକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ