Thursday, October 2, 2025
25.9 C
Odisha

    ସଟଡାଉନ ହେଲା ଆମେରିକା ସରକାର, ୨୦ଲକ୍ଷ କର୍ମଚାରୀଙ୍କୁ ମିଳିବନି ଦରମା

    ଆଗକୁ ପଢନ୍ତୁ

    ଆମେରିକା: ସଟଡାଉନ ହେଲା ଆମେରିକା ସରକାର । ଆମେରିକା ସିନେଟରେ ଅର୍ଥାନୁଦାନ ବିଲ୍ ପାସ୍ ହେବାରେ ବିଫଳ ହେବା ପରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି । ସରକାର ଚାଲିବା ପାଇଁ ଆବଶ୍ୟକ ପାଣ୍ଠି ନେଇ ଆମେରିକା ସଂସଦରେ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇନପାରିବାରୁ ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା । ସଟଡାଉନ ରୋକିବାକୁ ରାଷ୍ଟ୍ରପତି ଟ୍ରମ୍ପ ଡେମୋକ୍ରାଟିକ ନେତାଙ୍କ ୨୯ ତାରିଖରେ ବୈଠକ କରିଥିଲେ ମାତ୍ର ଏହାର କୌଣସି ନିଷ୍କର୍ସ ବାହାରିନଥିଲା ।

    ସେହିପରି ସେପ୍ଟେମ୍ବର ୩୦ରେ ରିପ୍ଲବିକାନ ସଦସ୍ୟ ମାନେ ୧୧ ନଭେମ୍ବର ଯାଏ କଣ୍ଟିନ୍ୟୁଇଂ ରିଜୋଲ୍ୟୁସନ ପାସ୍ କରିଥିଲେ, । ହେଲେ ସିନେଟରେ ଡେମୋକ୍ରେଟିକ ମାନେ ଏହାକୁ ବିରୋଧ କରିବା ପରେ ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା ।ଯେବେ ଆମେରିକା ସରକାର, ବିଭିନ୍ନ ଏଜେନ୍ସି ଓ ସରକାରୀ କାର୍ଯ୍ୟ ପାଇଁ ଅନୁଦାନ ସଂପର୍କିତ ପ୍ରସ୍ତାବ ସଂସଦରେ ପାରିତ ହୋଇପାରେନି, ସେତେବେଳେ ସଟଡାଉନ ପରିସ୍ଥିତି ଉପୁଜି ଥାଏ । ପାଣ୍ଠିର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଅତି ଜରୁରୀ କାର୍ଯ୍ୟକୁ ବାଦ ଦେଲେ ଅନ୍ୟ ସବୁ କାମ ବନ୍ଦ ରହେ । ସଟଡାଉନ ଦ୍ବାରା ସମସ୍ତ ସରକାରୀ ଅନୁଦାନ ଠପ ହୋଇଯିବ ଏବଂ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିବ । ଆମେରିକାର ପ୍ରାୟ ୨୦ ଲକ୍ଷ ଲକ୍ଷ କର୍ମଚାରୀ ସଟଡାଉନ ଦ୍ବାରା ପ୍ରଭାବିତ ହେବେ। ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଏହା ଦ୍ବିତୀୟ ଥର ପାଇଁ ସଟଡାଉନ ଅଟେ ।

    ୨୦୧୮-୧୯ରେ ୩୫ ଦିନର ସଟଡାଉନ ପରେ ଏବେ ସାତ ବର୍ଷ ପରେ ପୁଣି ସଟଡାଉନ୍ ହୋଇଛି ଆମେରିକା ସରକାର । ତେବେ ଆମେରିକାର ମାନ୍ଦାବସ୍ଥା ପାଇଁ ସାରା ବିଶ୍ବରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    100 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ