Thursday, July 9, 2026
26.6 C
Odisha

    ସତାରାରେ ଅଘଟଣ, ବିଦ୍ୟୁତ୍ ଆଘାତରେ ଦମ୍ପତିଙ୍କ ସହ ୨ ସନ୍ତାନଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାରୁ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାର ଫଳଟନ ତାଲୁକାର ଖାମଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି ଏବଂ ସେମାନଙ୍କର ଦୁଇ ସନ୍ତାନ ରହିଛନ୍ତି ।

    ସୂଚନା ଅନୁଯାୟୀ, ଘର ସାମ୍ନାରେ ପଡ଼ିଥିବା ବିଦ୍ୟୁତ୍ କେବୁଲ ତାରକୁ ଛୁଇଁବାରୁ ଏହି ଦୁର୍ଘଟଣା ଘଟିଛି । ପ୍ରଥମେ ଜଣେ ବିଦ୍ୟୁତ୍ ଆଘାତରେ ଫସିଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ପରିବାରର ଅନ୍ୟ ସଦସ୍ୟମାନେ ଧାଇଁ ଆସିଥିଲେ । ଫଳରେ ସେମାନେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଚାରିଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

    ସତାରାର ଫଳଟନରେ ଘଟିଥିବା ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ସୂଚନା ଦେଇଛି । ଗାଁରେ ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଥିଲା । ଫଳଟନ ଥାନାର ଜଣେ ଅଧିକାରୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପରିବାରର ସଦସ୍ୟମାନେ ଘର ବାହାରେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଏବଂ ବିଦ୍ୟୁତ୍ ଆଘାତ ପାଇଥିଲେ ।

    ଅଧିକାରୀ କହିଛନ୍ତି, ଘର ବାହାରେ ଏକ ବିଦ୍ୟୁତ୍ ତାର ପଡ଼ିଥିବା ମିଳିଛି । ଆଶଙ୍କା କରାଯାଉଛି ଯେ ପ୍ରଥମେ ଜଣେ ବ୍ୟକ୍ତି ସେହି ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଆଘାତ ପାଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ପରିବାରର ଅନ୍ୟ ସଦସ୍ୟମାନେ ଯାଇଥିବା ବେଳେ ସେମାନେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଚାରିଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା । ଏହି ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଦୁଇଜଣ ପୁରୁଷ ରହିଛନ୍ତି । ମୃତକମାନଙ୍କ ପରିଚୟ କିଶୋରାଡେ ଶିନ୍ଦେ, ସଚିନ ଶିନ୍ଦେ, ଗଗୟା ଶିନ୍ଦେ ଏବଂ ଅର୍ଚ୍ଚନା ଶିନ୍ଦେ ବୋଲି ଜଣାପଡ଼ିଛି ।

    ଘଟଣାର ସୂଚନା ପାଇବା ପରେ ଫଳଟନ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିଲା । ପୁଲିସ ଏହି ଘଟଣାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ଭାବେ ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.6 ° C
    26.6 °
    26.6 °
    80 %
    1.9kmh
    60 %
    Wed
    27 °
    Thu
    28 °
    Fri
    24 °
    Sat
    24 °
    Sun
    29 °

    ସମ୍ବନ୍ଧିତ