Tuesday, March 31, 2026
35.7 C
Odisha

    ସଦଗୁରୁଙ୍କର କିଛି କଥା ଆପଣଙ୍କୁ ଦୂରେଇ ରଖିବ ଡାକ୍ତର ନିକଟରୁ

    ଆଗକୁ ପଢନ୍ତୁ

    ସଦଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ସମସ୍ତ ଭାରତୀୟଙ୍କ ପାଇଁ ଖୁବ ପରିଚିତ।ତାଙ୍କର କିଛି କଥା ଯାହା ଆମକୁ ଡାକ୍ତରଙ୍କ ନିକଟରୁ ଦୁରେଇ ରଖିବ, ଅର୍ଥାତ ଆମେ କିପରି ରୋଗ ନିକଟରୁ ଦୁରେଇ ରହିବା,ଆସନ୍ତୁ ଜାଣିବା –

     ନିୟମିତ ତମ୍ବା ପାତ୍ରରେ ଜଳ ସେବନ କରିବା ଜରୁରୀ।
    ତମ୍ବାରେ ବ୍ୟାକ୍ଟେରିଆ ନାଶକ ଗୁଣ ମେଡିକାଲ ସାଇନ୍ସରେ ଖୁବ ଗୁରୁତ୍ୱପୂର୍ଣ ଅଟେ ଏବଂ ବୈଜ୍ଞାନିକଙ୍କ ମତ ଅନୁଯାୟୀ ପାଣିର ସ୍ମରଣ ଶକ୍ତି ଖୁବ ପ୍ରଖର ଅଟେ l ପାଣି ସେହି ପ୍ରତ୍ୟେକ ଜିନିଷକୁ ମାନେ ରଖିଥାଏ ଯାହାକୁ ସିଏ ସ୍ପର୍ଶ କରିଥାଏ l ଯଦି ଆପଣ କୌଣସି ତମ୍ବା ପାତ୍ରରେ ରାତି ସାରା ପାଣି ରଖିଦେବେ ଓ ଏହାକୁ ସଖାଳୁ ପିଇବେ ତେବେ ଏହାଦ୍ୱାରା ଲିଭର ସମ୍ବନ୍ଧିତ ସମସ୍ୟା ଜୀବନରେ କଦାପି ହୋଇ ନଥାଏ, ଏବଂ ଯଦି ନିୟମିତ ଭାବରେ ଏହି ପାଣିକୁ ପିଇବା ତେବେ ଗ୍ୟାସ, ଏସିଡ଼ିଟି, ପେଟ ସମ୍ବନ୍ଧିତ ଅନେକ ରୋଗରୁ ମୁକ୍ତି ମିଳିଥାଏ l

    ଆପଣ କେଉଁ ସମୟ ରେ ଶୋଇବେ ତାହା ଆପଣଙ୍କ ଲାଇଫ ଷ୍ଟାଇଲ୍ ଉପରେ ନିର୍ଭର କରେ, କିନ୍ତୁ ମହତ୍ୱ ଏହା ରହିଛି ଯେ ଆପଣ କେତେ ଘଣ୍ଟା ଶୋଇବା ଜରୁରୀ l ସାଧାରଣ ଭାବରେ ୮ ଘଣ୍ଟା ନିଦରେ ଶୋଇବା ଜରୁରୀ l ଆପଣଙ୍କ ଶରୀରକୁ ଯେଉଁ ଜିନିଷର ଆବଶ୍ୟକତା ରହିଛି ତାହା ହେଉଛି ଆରାମ l   ଗୋଟିଏ ବ୍ୟକ୍ତି ଯଦି ଠିକ ଭାବରେ ଆରାମ କରି ପାରିବ ତେବେ ନିଜକୁ ଚିନ୍ତା ମୁକ୍ତ ରଖିପାରିବେ l

    ଦୁଇ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବା ଜରୁରୀ।
    ଆପଣଙ୍କ ଶରୀରର ପ୍ରାକୃତିକ ଚକ୍ର ସହିତ ଗୋଟିଏ ମଣ୍ଡଳ ସହିତ ଜଡିତ, ମଣ୍ଡଳର ଅର୍ଥ ପ୍ରତ୍ୟେକ ୪୦ ରୁ ୪୮ ଦିନ ମଧ୍ୟରେ ଶରୀରର ଗୋଟିଏ ବିଶେଷ ଚକ୍ର ଦେଇ ଯାଇଥାଏ, ପ୍ରତ୍ୟେକ ଚକ୍ରରେ ୩ଦିନ ଏଭଳି ରହିଥାଏ ଯେଉଁ ସମୟରେ ଶରୀରକୁ ଭୋଜନର ଆବଶ୍ୟକତା ହୋଇ ନଥାଏ l ଯଦି ଆପଣ ଆପଣଙ୍କ ଶରୀରକୁ ନେଇ ସଜାଗ ହୋଇଯିବେ ତେବେ ଆପଣ ନିଜେ ହିଁ ଏହା ଜାଣି ପାରିବେ l ଯେଉଁଦିନ ଆପଣ ଭାବିବେ ଆପଣଙ୍କ ଶରୀର କୁ ଖାଦ୍ୟର ଆବଶ୍ୟକତା ନାହିଁ ଆପଣ ସେହିଦିନ ଉପବାସ ରହିପାରିବେ l

    ଶରୀର ଗୋଟିଏ ଭାରି ଅଙ୍ଗ ଅଟେ। ଶରୀରର ସବୁଠୁ ଅଧିକ ମହତ୍ଵପୁର୍ଣ ଅଙ୍ଗ ତାର ଛାତି ଓ ପେଟ l ମଣିଷର ବସିବା ତାର ଶରୀର ଉପରେ ଏଭଳି ପ୍ରଭାବ ପକାଇଥାଏ ଯେ ଯାହା ତାକୁ ଅନେକ ଗୁଡିଏ ରୋଗ ଆଡକୁ ଟାଣି ନେଇଥାଏ, ତେଣୁ ସବୁବେଳେ ପିଠିକୁ ସିଧା ରଖି ବସିବା ଜରୁରୀ ଅଟେ।

    ନିୟମିତ କିଛି ସମୟ ପାଇଁ ଖାଲି ପାଦରେ ଚାଲିବା ଜରୁରୀ, କାହିଁକି ନା ଏହାଦ୍ୱାରା ଆମେ ନିଜେ ମାଟି ସଂସ୍ପର୍ଶରେ ଆସି ପାରିବା ଓ ଉଚ୍ଚ ରକ୍ତଚାପ ଠାରୁ ଦୁରେଇ ରହି ପାରିବା।

    ପ୍ରତିଦିନ କିଛି ସମୟ ପାଇଁ ଖୋଲା ପବନରେ ବୁଲିବା ଜରୁରୀ, ଏହା ଆମ ଫୁସଫୁସ କୁ ସୁସ୍ଥ ରଖିଥାଏ।

    ନିୟମିତ ଭାବରେ କିଛି ସମୟ ଗଛ ମାନଙ୍କର ସେବା କରନ୍ତୁ, କାହିଁକି ନା ଏହା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ ଏବଂ ଶରୀର ସୁସ୍ଥ ରହିବ।

    ପ୍ରତିଦିନ କିଛି ସମୟ ପାଇଁ ଧ୍ୟାନ କରନ୍ତୁ ଏହାଦ୍ୱାରା ମାନସିକ ଶାନ୍ତି ବୃଦ୍ଧି ହୋଇଥାଏ।

    ଭୋଜନକୁ ଯେତେବେଳେ ବି ଗ୍ରହଣ କରୁଛନ୍ତି ସେତେବେଳେ ଖୁସିରେ ଓ ଆନନ୍ଦରେ ଗ୍ରହଣ କରନ୍ତୁ,ଏପରି କରିବା ଦ୍ୱାରା ମାନସିକ ଶାନ୍ତି ଆସିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ