Thursday, April 2, 2026
25.4 C
Odisha

    ସଦସ୍ୟତା ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ, ‘ସୁଭଦ୍ରା’ ଯୋଜନା, ୧୦୦ ଦିନ ବିଜେପି ସରକାରର ଉପଲବ୍ଧି ପ୍ରସଙ୍ଗରେ ଆଲୋଚନା: ଡା.ମୁକେଶ ମହାଲିଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୨/୦୯ : ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାଠାରୁ ଆରମ୍ଭ କରି ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସିଏମ୍ କିଶାନ ଯୋଜନାରେ ଶୁଭାରମ୍ଭ କରାଯାଇ ୪୬ ଲକ୍ଷର ଊର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଛି । ୫୮ ସବ୍‌ଡିଭିଜନରେ ଶୀତଳ ଭଣ୍ଡାର ଖୋଲିବାକୁ ନିଷ୍ପତି ହୋଇଛି । ମହିଳମାନଙ୍କୁ ସଶକ୍ତୀକରଣ କରିବା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ଶ୍ରୀମନ୍ଦିରର ଉନ୍ନତି ପାଇଁ ୫୦୦ କୋଟି ଏବଂ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ପାଇଁ ୨୦୦କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ମାତ୍ର ୧୦୦ ଦିନର ଏହି ଉପଲବ୍ଧିକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ୟତୀତ ସଂଗଠନ ପର୍ବ “ସଦସ୍ୟତା ଅଭିଯାନ-୨୦୨୪” ଏବଂ ଆସନ୍ତା ୧୭ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଆଗମନ ସଂପର୍କରେ ଆଲୋଚନା କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝିଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତି ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ମନ୍ତ୍ରୀ ଓ ବିଧାୟକମାନେ ପ୍ରମୁଖ ଯୋଗ ଦେଇଥିଲେ ।

    ଆଜିର ବୈଠକ ପ୍ରସଙ୍ଗରେ ସୁଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏଥିରେ ମୁଖ୍ୟତଃ ସଦସ୍ୟତା ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ୧୭ ତାରିଖ ଓଡିଶା ଗସ୍ତ କାର୍ଯ୍ୟକ୍ରମ, ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ଏବଂ ୧୦୦ ଦିନ ବିଜେପି ସରକାରର ଉପଲବ୍ଧି ଭଳି ପ୍ରମୁଖ ୪ଟି ପ୍ରସଙ୍ଗରେ ଆଲୋଚନା କରାଯାଇ ଆଗାମୀ ଦିନ ପାଇଁ ରୋଡ ମ୍ୟାପ ପସ୍ତୁତ କରାଯାଇଛି । ସଦସ୍ୟତା ଅଭିଯାନକୁ କିପରି ବ୍ୟାପକ କରାଯିବ ସେ ପ୍ରସଙ୍ଗରେ ବୈଠକରେ ଗୁରତ୍ୱାରୋପ କରାଯାଇଛି । ପ୍ରତି ବିଧାନସଭା କ୍ଷେତ୍ରରେ ଯେପରି ୧ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ସଂଗ୍ରହ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସହରଠାରୁ ଆରମ୍ଭ କରି ବ୍ଲକ, ପଂଚାୟତ, ଗ୍ରାମସ୍ତରରେ କିପରି ଅଧିକ ଅଧିକ ସଦସ୍ୟ ବିଜେପିରେ ସାମିଲ ହେବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ତାଙ୍କ ଜନ୍ମଦିନରେ ଓଡ଼ିଶା ଆସିବେ । ଏହି ସମୟରେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ କରାଯାଇଥିବା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତି ୱାର୍ଡରୁ, ପ୍ରତି ଗାଁରୁ ଯେପରି ମା’ଓ ଭଉଣୀମାନେ ଆସି ଯୋଗଦେବେ ଏବଂ ଏହି ଯୋଜନାରେ କିପରି ଅଧିକ ମହିଳାମାନେ ସାମିଲ ହୋଇ ଲାଭବାନ ହୋଇପାରିବେ ସେ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବିଧାୟକମାନେ ନିଜସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ଲୋକମାନଙ୍କ ପାଖରେ ପହଂଚାଇବାକୁ ନିଷ୍ପତି ହୋଇଛି । ନିର୍ବାଚନ ବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ବିଜେପି କିପରି ପୂରଣ କରୁଛି, ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ଏବଂ ଏହା ତ୍ରୁଣମୂଳସ୍ତରରେ କିପରି ପହଂଚିବ ସେବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଯିବ ବୋଲି ଡା.ମହାଲିଙ୍ଗ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ