Thursday, May 22, 2025
33.2 C
Odisha

ସପା ଲୋକସଭା ପ୍ରାର୍ଥିନୀ କାଜଲ ନିଷାଦଙ୍କୁ ହାର୍ଟ ଆଟାକ୍

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ମତଦାନ ପାଇଁ ଆଉ କିଛି ଦିନ ବାକି ଥିବା ବେଳେ ନେତାମାନେ ନିଜ ନିଜ କ୍ଷେତ୍ରରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶର ଗୋରଖପୁରରୁ ସମାଜବାଦୀ ପାର୍ଟିର ଲୋକସଭା ପ୍ରାର୍ଥିନୀ କାଜଲ ନିଷାଦଙ୍କୁ ହାର୍ଟ ଆଟାକ୍ ଆସିଛି । ଏ ବାବଦରେ ତାଙ୍କର ପତି ସୂଚନା ଦେଇଛନ୍ତି । ଏହାପରେ ସଙ୍ଗେସଙ୍ଗେ କାଜଲଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ସପା ପ୍ରାର୍ଥିନୀ କାଜଲ ନିଜ କ୍ଷେତ୍ରରେ ପ୍ରଚାର ଆରମ୍ଭ କରିଦେଇଥିଲେ । ପ୍ରଚାର ସମୟରେ କାଜଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଓ ସେ ବେହୋସ୍ ହୋଇଯାଇଥିଲେ । ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୀଷଣ ଗରମ କାରଣରୁ କାଜଲଙ୍କ ମୁଣ୍ଡ ବୁଲାଇ ଦେଇଥିଲା ଓ ସେ ବେହୋସ୍ ହୋଇପଡ଼ିଥିଲେ । ଡିହାଇଡ୍ରେସନ ଓ ଉଚ୍ଚ ରକ୍ତଚାପ କାରଣରୁ ବିଶ୍ରାମ ନେବାକୁ କାଜଲଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କାଜଲ ଜଣେ ଜଣାଣୁଣା ଅଭିନେତ୍ରୀ ହୋଇଥିବା ବେଳେ ସେ କିଛି ବର୍ଷ ଧରି ରାଜନୀତି ସହିତ ଜଡ଼ିତ ରହିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
light rain
33.2 ° C
33.2 °
33.2 °
45 %
4kmh
89 %
Thu
32 °
Fri
31 °
Sat
36 °
Sun
35 °
Mon
35 °

ସମ୍ବନ୍ଧିତ