Tuesday, March 31, 2026
38.2 C
Odisha

    ସପ୍ତଶଯ୍ୟାରେ ୫ ନିଖୋଜ ଯୁବକ ଉଦ୍ଧାର

    ଆଗକୁ ପଢନ୍ତୁ

    ଢେଙ୍କାନାଳ  : ଗତକାଲି ସପ୍ତଶଯ୍ୟାରେ ନିଖୋଜ ୫ ଯୁବକଙ୍କୁ  ବିଳମ୍ବିତ ରାତିରେ ପୁଲିସ ଓ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛି। ସେମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

    ସୂଚନାଯୋଗ୍ୟ, କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଅଞ୍ଚଳର ମାଟ୍ରିକ୍ ପାସ୍ କରିଥିବା ୫ ବନ୍ଧୁ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ କୁମାର ଦାସ, ସୁଜିତ ସାହୁ, ଲକି ଦାସ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଯିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ରବିବାର ସେମାନେ ଏକାଠି ବାହାରିଥିଲେ। ସେଠାରେ ସକାଳେ ପହଞ୍ଚିବା ପରେ ମନ୍ଦିରରେ ଦର୍ଶନ ସାରିବା ପରେ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବା ଲାଗି ସେମାନେ ଯାଇଥିବା ଜଣାପଡ଼ିଛି।ସନ୍ଧ୍ୟା ହୋଇଯିବାରୁ ଘଞ୍ଚ ଜଙ୍ଗଲରେ ଫେରିବାକୁ ବାଟ ନପାଇ  ସେମାନେ ଆଉ ଫେରିନଥିଲେ। ଫଳରେ ପରିବାର ଲୋକଙ୍କୁ ୫ ବନ୍ଧୁ ଏକ ଫଟୋ ଉଠାଇ ପଠାଇବା ସହିତ ଏ ସଂକ୍ରାନ୍ତରେ ଫୋନ୍ କରି ଜଣାଇଥିଲେ। ଫୋନ୍ କଲ୍ ପାଇବା ପରେ ପରିବାର ଲୋକେ ମଧୁପାଟଣା ଥାନାରେ ଅବଗତ କରିଥିଲେ। ମଧୁପାଟଣା ଥାନା ପୁଲିସ ଏ ସଂକ୍ରାନ୍ତରେ ତୁରନ୍ତ ପୁଲିସ ମୁଖ୍ୟାଳୟର କଣ୍ଟ୍ରୋଲ ରୁମକୁ ଅବଗତ କରିଥିଲା।କଣ୍ଟ୍ରୋଲ ରୁମ ପକ୍ଷରୁ ଢେଙ୍କାନାଳ ସଦର ଥାନା ପୁଲିସକୁ ଭିଏଚଏଫ୍ ମାଧ୍ୟମରେ ସୂଚନା ଦେଇଥିଲା। ସଦର ଥାନା ପୁଲିସ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ସପ୍ତଶଯ୍ୟା ଜଙ୍ଗଲରେ ରବିବାର ରାତିରେ ଖୋଜାଖୋଜି ଆରମ୍ଭ କରିଦେଇଥିଲା। ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଖୋଜୁଛନ୍ତି। କିନ୍ତୁ ରାତି ୧୦ଟା ସୁଦ୍ଧା ସେମାନଙ୍କର ଖବର ମିଳିପାରିନଥିଲା। ବିଭାଗର ତିନୋଟି ଟିମ୍ ଗଠନ କରାଯାଇଥିଲା।ଶେେଷରେ ସେମାନଙ୍କୁ ଉଦ୍ଧାର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ