ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ସୋମବାର ରାତିରେ ଝାରସୁଗୁଡାରେ ସବୁଠୁ କମ୍ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୧୯୫୩ ମସିହାରୁ ଏପର୍ଯ୍ୟନ୍ତ ଝାରସୁଗୁଡାରେ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି । ଝାରସୁଗୁଡା ସମେତ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ଆକଳନ କରିଛି ପାଣିପାଗ ବିଭାଗ । ଖାଲି ଶୀତ ନୁହେଁ, କୁହୁଡି ବି କଲବଲ କରୁଛି । ସକାଳ ଏବଂ ସନ୍ଧ୍ୟା ସମୟରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି । ତେଣୁ ଗାଡି ଚାଳକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

