Tuesday, October 6, 2026
23.5 C
Odisha

    ସମଲିଙ୍ଗୀ ବିବାହ ବୈଧତା: ପୁନର୍ବିଚାର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମ୍‌କୋର୍ଟ ୨୦୨୩ରେ ଏକ ରାୟରେ ମନା କରିଦେଇଥିଲେ। ଏହି ଐତିହାସିକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଗୁରୁବାର ମନା କରିଦେଇଛନ୍ତି। ପୂର୍ବରୁ ଦିଆଯାଇଥିବା ରାୟରେ ଅଦାଲତ କହିଥିଲେ ଯେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ କୌଣସି ସାମ୍ବିଧାନିକ ଆଧାର ନାହିଁ, ଯାହା ଏଲ୍‌ଜିବିଟିକ୍ୟୁଆଇଏ+ କାର୍ଯ୍ୟକର୍ତ୍ତା ଓ ସହଯୋଗୀଙ୍କ ମଧ୍ୟରେ ନିରାଶା ସୃଷ୍ଟି କରିଥିଲା। ଅଦାଲତ ତାଙ୍କ ସଦ୍ୟତମ ରାୟରେ କହିଛନ୍ତି ଯେ ପୂର୍ବ ରାୟରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇନାହିଁ। ମୂଳ ରାୟରେ ଯାହା କୁହାଯାଇଛି ତାହା ଆଇନସମ୍ମତ ଏବଂ ଏଥିରେ ଆଉ କୌଣସି ହସ୍ତକ୍ଷେପ ଆବଶ୍ୟକ ନାହିଁ। ଫଳରେ ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ସମସ୍ତ ରିଭ୍ୟୁ ପିଟିସନ ଖାରଜ ହୋଇଯାଇଛି।

    ସମଲିଙ୍ଗୀ ବିବାହକୁ ନେଇ ୨୦୨୩ରେ ଦିଆଯାଇଥିବା ରାୟକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ ଉପରେ ଗୁରୁବାର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ଜଷ୍ଟିସ୍ ବିଆର୍ ଗୱାଇ, ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ବିଭି ନାଗରତ୍ନା, ପିଏସ୍ ନରସିଂହ ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାମ୍ବରରେ ଆବେଦନର ସମୀକ୍ଷା କରିଥିଲେ ମଧ୍ୟ ଖୋଲା ଅଦାଲତରେ ଶୁଣାଣି ହୋଇ ନ ଥିଲା। ଗତବର୍ଷ ଜୁଲାଇ ମାସରେ ଆବେଦନକାରୀମାନେ ଖୋଲା ଅଦାଲତରେ ଶୁଣାଣି ପାଇଁ ଆବେଦନ କରିଥିଲେ। ଜଷ୍ଟିସ୍ ଏସ୍‌କେ କୌଲ, ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ, ପୂର୍ବତନ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ କୋହଲିଙ୍କ ଅବସର ପରେ ନୂଆ ଖଣ୍ଡପୀଠର ପୁନର୍ଗଠନ କରିବାକୁ ପଡ଼ିଥିଲା। ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଗତବର୍ଷ ନିଜକୁ ପ୍ରତ୍ୟାହାର କରିନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.5 ° C
    23.5 °
    23.5 °
    79 %
    1.5kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ