ଜଳେଶ୍ୱର : ଇଲିସି ମାଛ ଧରିବାକୁ ଯାଇ ଗଭୀର ସମୂଦ୍ର ରେ ନିଖୋଜ ହେଲେ ୧୫ ଜଣ ମତ୍ସ୍ଯଜିବୀ । ଗତ ଜୁଲାଇ ୨ ତାରିଖରେ ଟ୍ରଲର ନେଇ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ବାହାରିଥିଲେ ମତ୍ସ୍ଯଜିବୀ । ମାଆ କାଳୀ ନାମକ ଏକ ଟ୍ରଲର ସହିତ ୧୫ ଜଣ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା । ପଶ୍ଚିମବଙ୍ଗ ଶଙ୍କରପୁର ବେଳାଭୂମିର ଘଟଣା, ନିଖୋଜ ହେବା ର ୭ ଦିନ ବିତି ଯାଇଥିଲେ ବି ମତ୍ସ୍ଯଜିବୀଙ୍କ କୌଣସି ସନ୍ଧାନ ମିଳୁନି । ଗତ ୨ ତାରିଖରେ ଏହି ଟ୍ରଲର ଜରିଆରେ ମତ୍ସ୍ଯଜିବୀମାନେ ଇଲିସି ମାଛ ଧରିବା ପାଇଁ ଗଭୀର ସମୂଦ୍ରକୁ ଯାଇଥିଲେ । ଜୁଲାଇ ୩ ତାରିଖରେ ପାଣିପାଗ ବିଭାଗ ପକ୍ଷରୁ ସାମୂଦ୍ରିକ ଝଡ ସମ୍ପର୍କରେ ସତର୍କ ସୂଚନା ଜାରି କରାଯିବା ସହିତ ସମୂଦ୍ର ରେ ଥିବା ଟ୍ରଲର ଗୁଡିକୁ କୂଳକୁ ଫେରି ଆସିବା ପାଇଁ ସୂଚନା ଦିଆଯାଇଥିଲା । ସତର୍କ ବାର୍ତ୍ତା ପରେ ଅଧିକାଂଶ ଟ୍ରଲର କୂଳକୁ ଫେରି ଆସିଥିବା ବେଳେ ମା କାଳୀ ନାମକ ଟ୍ରଲର ଏ ପର୍ଯ୍ଯନ୍ତ କୂଳକୁ ଫେରି ନଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ମଧ୍ଯ ବିଚ୍ଛିନ୍ନ ହୋଇଛି ।
ଅନ୍ଯପଟେ ପରିବାର ଲୋକଙ୍କ ସହ ନିଖୋଜ ମତ୍ସ୍ଯଜିବୀଙ୍କ କୌଣସି ଯୋଗାଯୋଗ ହୋଇ ପାରୁ ନଥିବାରୁ ସେମାନଙ୍କ ମଧ୍ଯରେ ଚିନ୍ତା ଏବଂ ଆତଙ୍କ ବଢିବାରେ ଲାଗିଛି ।ଘଟଣା ସମ୍ପର୍କରେ ଏଡି ଏସ୍ ମେରିନ୍ ଓ ଭାରତୀୟ କୋଷ୍ଟଗାର୍ଡ କୁ ଅବଗତ କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନା ହେଲିକପ୍ଟରର ସହାୟତା ପାଇଁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବି ସଂଘର ସମ୍ପାଦକ ସ୍ବଦେଶ ନାୟକ ।
