Tuesday, April 7, 2026
35.3 C
Odisha

    ସମୁଦ୍ର ମୁହାଁ ୮୨ଲକ୍ଷରୁ ଊର୍ଦ୍ଧ୍ବ ଛୁଆ କଇଁଛ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତି। ଗୁରୁବାର ସକାଳ ସୁଦ୍ଧା ୮୨ ଲକ୍ଷରୁ ଊର୍ଦ୍ଧ୍ବ ଛୁଆ ସମୁଦ୍ରର ନୀଳ ଜଳରାଶିକୁ ଚାଲିଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମା କଇଁଛ ଉପରକୁ ଆସି ବାଲି ପଠାରେ ଦେଢ଼ ଫୁଟର ଗାତ ଖୋଳି ୬୦ ରୁ ୧୦୦ ପଯ୍ୟନ୍ତ ଅଣ୍ଡା ଦେଇ ବାଲି ଘୋଡାଇ ସମୁଦ୍ର ମଧ୍ୟକୁ ଚାଲିଯାଇଥାଏ। ପ୍ରକୃତିର ନିୟମ ଅନୁସାରେ ଏହି ଅଲିଭରିଡ଼ଲେ ଶାବକ ସୂର୍ଯ୍ୟାସ୍ତରୁ ସୂର୍ଯ୍ୟେଦୟ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥାନ୍ତି। ଏପ୍ରିଲ ଶେଷ ସପ୍ତାହରୁ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନାଶୀ-୨ ଓ ଏକକୂଳା ନାଶୀରେ ମୁଖ୍ୟତଃ ଅଲିଭରିଡ଼ଲେ ଗଣ ଅଣ୍ଡାଦାନ କରିଥାନ୍ତି। ଚଳିତବର୍ଷ ୬ ଲକ୍ଷ ୪ ହଜାର ୯୩୩ ମାଆ କଇଁଛ ଗଣ ଅଣ୍ଡାଦାନରେ ସାମିଲ ହୋଇଥିବା ନେଇ ବନଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ସେମାନଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ୧୬ଟି ଦଳ ଗଠନ କରାଯାଇ ୨୪ଘଣ୍ଟା ପ୍ରହରା ଦିଆଯାଉଛି। ନଭେମ୍ବର ପ୍ରଥମ ସପ୍ତାହରୁ ସୁଦୂର ଶ୍ରୀଲଙ୍କା ଓ ଜାଫନା ଉପକୂଳରୁ ହଜାର ହଜାର ନଟିକାଲ ମାଇଲ ସାମୁଦ୍ରିକ ପଥ ଅତିକ୍ରମ କରି ଗହୀରମଥାକୁ ଅଲିଭରିଡ଼ଲେ କଇଁଛ ବଂଶବିସ୍ତାର ପାଇଁ ଆସିଥାନ୍ତି। ସେମାନଙ୍କ ମିଳନ ପର୍ବ ପରେ ଜାନୁଆରୀ ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଧୀରେ ଧୀରେ ଅଣ୍ଡାଦାନ କରିବା ଆରମ୍ଭ କରିଥାନ୍ତି। ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ମାର୍ଚ୍ଚ ଶେଷ ସପ୍ତାହ, ଏପରିକି ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଗଣ ଅଣ୍ଡାଦାନ କରିଥାନ୍ତି। ମୁଖ୍ୟତଃ ସମୁଦ୍ର ଜଳର ଉତ୍ତାପ ଓ ସମୁଦ୍ର କୂଳ ବାଲିର ଉତ୍ତାପ ଓ ବିଶେଷକରି ପାଣିପାଗ ଉପରେ ସେମାନଙ୍କ ଅଣ୍ଡାଦାନ ନିର୍ଭର କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ