Monday, February 24, 2025
32.3 C
Odisha

    ସମ୍ପତ୍ତି ପାଇଁ ମାଆକୁ ମାରୁଛି ପୁଅ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା:  ୭୫ ବର୍ଷିୟ ବୃଦ୍ଧା ମା’ ଉପରେ ଅକଥନୀୟ ନିର୍ଯାତନା ଦେଉଛି ପୁଅ । ସମ୍ପତ୍ତି ପାଇଁ ଜନ୍ମକଲା ମା’କୁ ମାଡ଼ ମାରିଚାଲିଛି ପୁଅ । ଆଉ ପୁଅର ନିର୍ଯାତନା ସୀମା ଟପିବା ପରେ ମା’ ନେଇଛି ଆଇନର ସାହାରା । ତିନି ତିନିଟା ପୁଅ ଜନ୍ମକରି ଏ ମା’ଟା ବୃଦ୍ଧା କାଳରେ ଟିକେ ଖୁସିରେ ରହିବ ବୋଲି ଭାବିଥିଲା । ହେଲେ ସବୁ ଇଚ୍ଛା ଯେମିତି ଏବେ ମରିଯାଇଛି । ବୟସର ଅପରାହ୍ଣରେ ବଇରୀ ସାଜିଛି ପୁଅ । ସେଇଥିପାଇଁ ତ ଏଇ ଆଖିରୁ ଆଉ ଲୁହ ଶୁଖୁନି । ବୃଦ୍ଧା ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ସିଂହାରପୁର ଶଶୀକଳା ମଲ୍ଲିକ । ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି… ବୟସାଧିକ କାରଣରୁ ଆଉ ଭଲରେ ବି ଚାଲି ପାରୁନାହାନ୍ତି । ସ୍ୱାମୀଙ୍କୁ ବ୍ରେନଷ୍ଟ୍ରୋକ । ବଡ଼ ପୁଅ ବିଦେଶରେ ରହି ଟଙ୍କା ପଠାଇଲେ ଘର ଚଳୁଛି । ମଝିଆ ପୁଅ ପକ୍ଷାଘାତରେ ପୀଡିତ । ଏମିତି ପରିସ୍ଥିତିରେ ପରିବାର ବୋଝକୁ କାନ୍ଧ ଦେବ କ’ଣ ଜନ୍ମକଲା ମା’କୁ ସାନ ପୁଅଟା ମାରି ଚାଲିଛି । ସମ୍ପତ୍ତି ପାଇଁ ଯେମିତି ନୃଶଂସ ପାଲଟିଯାଉଛି ।

    ତେବେ ଏହା ନୂଆ ନୁହେଁ ଏହା ପୂର୍ବରୁ ଏମିତି ଅନେକ ଥର ଶଶୀକଳାଙ୍କୁ ସାନପୁଅ ମାଡ଼ ମାରିଛି । ହେଲେ କେବେବି ମା’ ପାଟି ଫିଟାଇ ବିରୋଧ କରିନି। ହେଲେ ଅତ୍ୟାଚାର ବଢ଼ିବା ପରେ ପୁଅର ବିରୁଦ୍ଧରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛି ମା’ । ଆଉ ଗୁହାରି କରିଛି ପୁଅର ଅତ୍ୟାଚାରରୁ ରକ୍ଷା କରିବାକୁ । ମାତ୍ର ପୋଲିସ ଅଭିଯୋଗ ପାଇବା ପରେ ମା’କୁ ଘରକୁ ଫେରାଇ ଦେଇଛି । ଆଉ ଘରେ ପହଞ୍ଚିବା ପରେ ପୁଣି ମାଡ଼ ମାରିଛି ପୁଅ । ମା’ର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲାନି ପୋଲିସ । ବୁଝାସୁଝା କରି ଛାଡ଼ଦେଲା । କିନ୍ତୁ ଏ ବୁଢ଼ା ବୟସରେ ଏବେ ବାପା ମା’ କ’ଣ କରିବେ, କେମିତି ସୁରକ୍ଷିତ ରହିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.3 ° C
    32.3 °
    32.3 °
    13 %
    3.7kmh
    0 %
    Mon
    31 °
    Tue
    34 °
    Wed
    35 °
    Thu
    35 °
    Fri
    38 °

    ସମ୍ବନ୍ଧିତ