Tuesday, March 31, 2026
30.9 C
Odisha

    ସମ୍ପତ୍ତି ବଣ୍ଟନ ବୟାନ ବିବାଦରେ ସଫେଇ ଦେଲେ ସାମ୍ ପିତ୍ରୋଡା

    ଆଗକୁ ପଢନ୍ତୁ

    ସମ୍ପତ୍ତି ବଣ୍ଟନ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗ। ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତିକୁ ନେଇ ସୃଷ୍ଟି ହୋଇଛି ଝଡ଼। ବିରୋଧୀ ଦଳକୁ ବି ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ସମ୍ପତ୍ତିକୁ ପୁନଃବଣ୍ଟନ କରିବା ଲାଗି କଂଗ୍ରେସ ଉଦ୍ଯମ କରୁଛି ବୋଲି ପ୍ରଧାନମନ୍ତ୍ରୀ କରିଥିବା ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସର ଦରିଆପାରି ଶାଖା ଦାୟିତ୍ବରେ ଥିବା ପିଟ୍ରୋଡା କହିଛନ୍ତି- କଂଗ୍ରେସର ନିର୍ବାଚନ ଇସ୍ତାହାର ଭଲ ଭାବେ ପ୍ରସ୍ତୁତ କରାଯାଇଛି। କଂଗ୍ରେସ ସର୍ବଦା ପଛୁଆ ବର୍ଗ, ମୁସଲିମ, ଦଳିତ ଓ ଆଦିବାସୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉଛି। କୋଟିପତିମାନଙ୍କୁ ସାହାଯ୍ୟ ଜରୁରୀ ନୁହେଁ। ଗରିବମାନେ ହିଁ ସହାୟତା ଚାହାଁନ୍ତି। କଂଗ୍ରେସର ନୂଆ ଯୋଜନା ଅନୁସାରେ ସମ୍ପତ୍ତିକୁ ଠୁଳ କରିବା ପ୍ରକ୍ରିୟା ବନ୍ଦ କରିବା ଲାଗି ଦଳ ଯୋଜନା କରୁଛି। ଆମେରିକାର ଉଦାହରଣ ଦେଇ ସେ କହିଛନ୍ତି- ସେହି ଦେଶରେ ଏକ ଉତ୍ତରାଧିକାରୀତ୍ବ କର ରହିଛି। ଯଦି ଜଣଙ୍କର ୧୦୦ ନିୟୁତ ଡଲାରର ସମ୍ପତ୍ତି ରହିଛି ଏବଂ ତାଙ୍କର ଦେହାନ୍ତ ହୋଇଯାଏ ତେବେ ତାଙ୍କର ସମ୍ପତ୍ତିର ୪୫ ପ୍ରତିଶତ ତାଙ୍କ ସନ୍ତାନଙ୍କ ନିକଟକୁ ଯାଇଥାଏ। ଅବଶିଷ୍ଟ ୫୫ ପ୍ରତିଶତ ସରକାର ନେଇଯାଇଥାନ୍ତି। ଏହା ଏକ ରୋଚକ ଆଇନ। ଶାମ ପିଟ୍ରୋଡାଙ୍କ କହିବା ମୁତାବକ ଦେଶର ଯେ କୌଣସି ବ୍ଯକ୍ତି ଜୀବନ କାଳରେ ଯେତିକି ରୋଜଗାର କରିଥିବେ ମୃତ୍ୟୁବେଳକୁ ତାହାର ଅଧା ସମ୍ପତ୍ତି ସମାଜ ଲାଗି ଛାଡିଦେବା ଉଚିତ। ଯାହାକୁ ସେ ଉଚିତ ମନେ କରିଛନ୍ତି। ଆମେରିକାର କେତେକ ପ୍ରଦେଶରେ ଉତ୍ତରାଧିକାରୀତ୍ବ ସୂତ୍ରରେ ମିଳିଥିବା ସମ୍ପତ୍ତି ଉପରେ କର ଲାଗୁ କରାଯାଇଥାଏ। ଉତ୍ତରାଧିକାରୀତ୍ବ ସୂତ୍ରରେ ମିଳିଥିବା ସମ୍ପତ୍ତିର ପରିମାଣ ଓ ମୃତବ୍ଯକ୍ତିଙ୍କ ସହ ସମ୍ପର୍କର ଅନୁସାରେ କର ଲାଗୁ କରାଯାଇଥାଏ। ଏହି ପରିମାଣ ଅନେକ ସମୟରେ ୨୦ ପ୍ରତିଶତରେ ପହଞ୍ଚିଥାଏ। ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି- ଉତ୍ତରାଧିକାକାରୀତ୍ବ କର ପିତାମାତାଙ୍କଠାରୁ ପିଲାମାନଙ୍କ ନିକଟକୁ ଯିବା ଲାଗି ବିରୋଧୀ ଦଳ ଯୋଜନା କରୁଛନ୍ତି। ମଧ୍ଯବିତ୍ତ ଶ୍ରେଣୀ ଉପରେ ଅଧିକ କର ଲାଗୁ କରିବା ଲାଗି ପୂର୍ବରୁ ପିଟ୍ରୋଡା କହୁଥିଲେ। ବର୍ତ୍ତମାନ କଂଗ୍ରେସ କହୁଛି- ଏକ ଉତ୍ତରାଧିକାରୀତ୍ବ ଟାକ୍ସ ସମ୍ପର୍କରେ। ତେବେ ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ଦେଇଛି କଂଗ୍ରେସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.9 ° C
    30.9 °
    30.9 °
    27 %
    0.9kmh
    45 %
    Tue
    32 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ