ସମ୍ବଲପୁର : ସମ୍ବଲପୁରରେ ଲୋକସଭା ସାଂସଦ ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଆୟୋଜିତ ମାରୱାଡ଼ ମହୋତ୍ସବର ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି । ରାଜସ୍ଥାନ ଫାଉଣ୍ଡେସନ ଏବଂ ଖେତରାଜପୁର ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ଆୟୋଜିତ ପାଞ୍ଚ ଦିନିଆ ଉତ୍ସବରେ ହଜାର ହଜାର ପ୍ରବାସୀ ରାଜସ୍ଥାନୀ ଏକାଠି ହୋଇଥିଲେ । ଏହି ମହୋତ୍ସବ ଭାରତର ସାଂସ୍କୃତିକ ଏକତା ଓ “ଏକ ଭାରତ-ଶ୍ରେଷ୍ଠ ଭାରତ”ର ଭାବନାକୁ ପ୍ରଦର୍ଶିତ କରୁଛି ବୋଲି କହିଛନ୍ତି ଲୋକସଭା ବାଚସ୍ପତି ।
ରାଜସ୍ଥାନ ଏବଂ ଓଡ଼ିଶା, ଉଭୟ ପ୍ରଦେଶର ସଂସ୍କୃତି, ଆଧ୍ୟାତ୍ମିକ ଚେତନା ଏବଂ ଜୀବନଶୈଳୀ ମଧ୍ୟରେ ଗଭୀର ସମାନତା ରହିଛି । ମାଁ ସମଲେଶ୍ୱରୀ ଓ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡିଶା । ଓଡ଼ିଶାର ସଂସ୍କାର ଯେଉଁ ଅଞ୍ଚଳକୁ ଯାଏ ସମସ୍ତଙ୍କୁ ଆପଣାଇଥାଏ ବୋଲି କହିଛନ୍ତି । ୧୮ ରୁ ୨୨ ପର୍ଯ୍ୟନ୍ତ ୫ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ । ଏହି ଉତ୍ସବ ଓଡିଶା, ରାଜସ୍ଥାନ ଓ ହରିୟାଣା ୩ଟି ରାଜ୍ୟର ସଂସ୍କୃତି , ପରମ୍ପରା ଓ ଐତିହ୍ୟର ମହା ସଙ୍ଗମ । ସମ୍ବଲପୁରକୁ ଆସି ଭଲ ଲାଗିଲା ବୋଲି କହିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭୋଜନଲାଲ ଶର୍ମା । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଏକ ଭାରତ ଶ୍ରେଷ୍ଠ ଭାରତ ଏହି ମୋହତ୍ସବରେ ଦେଖିବାକୁ ମିଳିଛି । ମହତ୍ସବକୁ ଆସିବପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଉଭୟ ଅତିଥିଙ୍କୁ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଦର୍ଶନ କରାଇଥିଲେ ।

