Thursday, March 26, 2026
37 C
Odisha

    ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଛାତ୍ର

    ଆଗକୁ ପଢନ୍ତୁ

    ବୁର୍ଲା :  ସମ୍ବଲପୁର ବିଶ୍ୱବିଦ୍ୟାଳୟର ବ୍ରହ୍ମପୁତ୍ର ଛାତ୍ରାବାସରେ ଜଣେ ଛାତ୍ର ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ଛାତ୍ର ଜଣକ ହେଲେ ସ୍ନାତକୋତ୍ତର ଅର୍ଥନୀତି ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ସୂରଜ କୁଜୁର(୨୨)। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରେ। ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା(କେସ୍ ନଂ.୪୩/୨୦୨୬) ରୁଜୁ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚାନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

    ଛାତ୍ର ଜଣକ ଛାତ୍ରାବାସର ୫୨ ନଂ କୋଠରୀରେ ଏକ ରହୁଥିଲେ। ସ୍ବଭାବରେ ଚୁପଚାପ ସ୍ବଭାବର ହୋଇଥିବା ବେଳେ କିଛି ଦିନ ହେଲା ଅଧିକାଂଶ ସମୟ ମୌନ ରହୁଥିବା ଅନ୍ୟ ଛାତ୍ରଙ୍କଠାରୁ ଜଣାଯାଇଛି। ତାଙ୍କ ମୋବାଇଲର ଡିସପ୍ଲେ ଖରାପ ହୋଇଥିବାରୁ ମଙ୍ଗଳବାର ଅପରାହ୍ନ ଚାରିଟାରେ ଅନ୍ୟ କୋଠରୀକୁ ଯାଇ ଜଣେ ଛାତ୍ରଙ୍କ ମୋବାଇଲରୁ ଘରକୁ ଫୋନ କରିଥିଲେ। କଥାବାର୍ତ୍ତା ସମୟରେ ତାଙ୍କ ଭଉଣୀଙ୍କ ଏଥର ଘରକୁ ଆସିଲେ ଏକ ମୋବାଇଲ କିଣିଦେବେ ବୋଲି କହିଥିବା ପରିବାର ଲୋକଙ୍କଠାରୁ ଜଣାଯାଇଛି।

    ରାତ୍ରୀ ଭୋଜନ ପାଇଁ ସେ ନ ଆସିବାରୁ ଜଣେ ସାଙ୍ଗ ତାଙ୍କୁ ଡାକିବାକୁ ଯାଇଥିଲେ। ଆଗରୁ କବାଟ ସବୁବେଳେ ଖୋଲା ରହୁଥିବା ବେଳେ ଭିତରପଟରୁ କବାଟ ବନ୍ଦ ରହିଥିଲା। ଯେତେ ଡାକିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ କବାଟର ଉପର ଅଂଶରେ ଥିବା ଫାଙ୍କ ଦେଇ ସେ ଫ୍ୟାନରେ ଝୁଲି ପଡ଼ିଥିବା ଦେଖାଯାଇଥିଲା। ବିଳମ୍ବିତ ରାତିରେ ପରିବାର ଲୋକଙ୍କୁ ଫୋନରେ ସୂଚନା ଦେବା ସହ ପୁଲିସକୁ ଖବର ଦିଆଯାଇଥିଲା। ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଓ ଛାତ୍ରବାସ ୱାର୍ଡେନ ଆସି ପହଞ୍ଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    20 %
    3.9kmh
    0 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ