Friday, October 2, 2026
22.9 C
Odisha

    ମୃତ୍ୟୁର ଚାରିମାସ ପରେ ହି-ମ୍ୟାନ୍ ଙ୍କ ଭିଡିଓ ଭାଇରାଲ : ଭିଡିଓ ଦେଖି ଭାବବିହ୍ବଳ ହେଲେ ଫ୍ୟାନ୍ସ୍

    ଆଗକୁ ପଢନ୍ତୁ

    ବଲିଉଡର ସୁପରଷ୍ଟାର ଧର୍ମେନ୍ଦ୍ର ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କ ଅଭିନୟ ସବୁଦିନ ପାଇଁ ଫ୍ୟାନ୍ସ ମାନଙ୍କ ହୃଦୟରେ ରହିବ । ନିକଟରେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଫ୍ୟାନ୍ସମାନେ ଅତ୍ୟନ୍ତ ଭାବବିହ୍ବଳ ହୋଇପଡିଛନ୍ତି ଧର୍ମେନ୍ଦ୍ରଙ୍କ ବିୟୋଗରେ । ଧର୍ମେନ୍ଦ୍ର ଏବଂ ହେମାଙ୍କ ଯୋଡିକୁ କିଏ ବା ନ ଚିହ୍ନିଛି । ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛନ୍ତି ଏହି ଦୁଇ କପଲ୍ ।ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ଉଭୟଙ୍କ ଯୋଡି ଭାଙ୍ଗିଯାଇଛି ସତ ହେଲେ ଆଜି ବି ଦର୍ଶକଙ୍କ ପ୍ରଥମ ପସନ୍ଦ ଧର୍ମେନ୍ଦ୍ର ଆଉ ହେମା ମାଳିନୀ । ଏବେ ଧର୍ମେନ୍ଦ୍ର ଓ ହେମାଙ୍କ ଗୋଟିଏ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଧର୍ମେନ୍ଦ୍ରଙ୍କୁ ମନେ ପକାଇ ଦର୍ଶକମାନେ ଦୁଃଖ ପ୍ରକାଶ କରିଥିବା ସହ ଧର୍ମେନ୍ଦ୍ରଙ୍କ ବେଳର ସୁନ୍ଦର ଗୀତକୁ ଗୁଣୁଗୁଣାଇଛନ୍ତି । ଏବେ ଯେଉଁ ଭିଡିଓଟି ସୋାସିଆଲ୍ ମିଡିଆରେ ଭାଇରାଲ୍ ହେଉଛି , ଭିଡିଓଟିରେ ନଜର ଆସୁଛନ୍ତି ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ହେମାମାଳିନୀ । ସୂଚନା ଅନୁସାରେ ଆରଜେ ଅନିରୁଦ୍ଧ ଚାଓ୍ବଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।
    ଭିଡିଓରେ ଧର୍ମେନ୍ଦ୍ର ଓ ହେମାମାଳିନୀ ବାଇଗଣୀ ରଙ୍ଗର ପୋଷାକରେ ନଜର ଆସୁଛନ୍ତି । ଉଭୟଙ୍କ ସାନଦାର ଲୁକରେ ବେଶ୍ ମନ କିଣିପାରିଛନ୍ତି ଏହି ଲୋକପ୍ରିୟ ଯୋଡି । ଅନିରୁଦ୍ଧ ପୂର୍ବରୁ ରେକର୍ଡ୍ କରିଥିବା ଭିଡିଓ ଏବେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ ଧର୍ମେନ୍ଦ୍ର ଏବଂ ହେମାମାଳିନୀଙ୍କ ସହ ବିତାଇଥିବା ଅଭୁଲା ମୁହୁର୍ତ୍ତ । ଅନିରୁଦ୍ଧ ତାଙ୍କ କାନାଡା କନସର୍ଟ୍ ପାଇଁ ଉଭୟଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ । ହେଲେ ସେ ଜାଣିନଥିଲେ ଯେ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଏହି ସାକ୍ଷାତ ଶେଷ ସାକ୍ଷାତ ହେବ ବୋଲି ।

    ଏଭଳି ହୃଦୟ ବିଦାରକ ଦୃଶ୍ୟ ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଛି । ଜଣେ ୟୁଜର୍ କମେଣ୍ଟରେ ମଧ୍ୟ ପୋଷ୍ଟ କରିଛନ୍ତି ଯେ ଏହି ଭିଡିଓ ଦେଖି ସାରିଲା ପରେ ଏମିତି ଲାଗୁଛି ସତରେ ଯେମିତି ଧର୍ମେନ୍ଦ୍ର ଏବେ ଜୀବିତ ଅଛନ୍ତି ତା ସହିତ ଅନ୍ୟ ଜଣେ ୟୁଜର୍ ମଧ୍ୟ କମେଣ୍ଟରେ ଲେଖିଛନ୍ତି ଦୁନିଆର ସବୁଠୁ ସୁନ୍ଦର ଯୋଡି ବୋଲି । ଆଉ ଜଣେ ୟୁଜର ମଧ୍ୟ ଲେଖିଛନ୍ତି ମୋର ପ୍ରିୟ ଅଭିନେତା ଧର୍ମେନ୍ଦ୍ର, ଆପଣଙ୍କ କଥା ବହୁତ ମନେ ପଡୁଛି । ସୂଚନା ଅନୁଯାୟୀ ବଲିଉଡର ସୁପରଷ୍ଟାର୍ ଧର୍ମେନ୍ଦ୍ରଙ୍କ ପରଲୋକ ୨୪ ନଭେମ୍ବର ୨୦୨୫ରେ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଅନେକ ଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ପରେ ଘରେ ମଧ୍ୟ ଡାକ୍ତରଙ୍କ ହେପାଜତରେ ଥିଲେ । ହେଲେ ମୃତ୍ୟୁ ଆଉ ଅପେକ୍ଷା କଲା ନାହିଁ । ନଭେମ୍ବର ୨୪ ତାରିଖରେ ଧର୍ମେନ୍ଦ୍ର ସମସ୍ତଙ୍କୁ ଅଲବିଦା ଦେଇଥିଲେ। ତାଙ୍କର ମେ ମାସରେ ଇସ୍କ ମେ ମର ନା ଯାଉଁ କହି , ଆଜ ମୌସମ୍ ବଡା ବୈମାନ ହେ ଓ ଡ୍ରିମ୍ ଗର୍ଲ୍ ପରି ହିଟ୍ ଗୀତ ଏବେ ବି ଶୁଣିଲେ ଧର୍ମେନ୍ଦ୍ରଙ୍କ କଥା ମନେ ପଡିଯାଉଛି । ହେଲେ ଏବେ ବି ଧର୍ମେନ୍ଦ୍ର ଚିରସବୁଜ, ତାଙ୍କ ଅଭିନୟ ସବୁବେଳେ ଅବିସ୍ମରଣୀୟ ହୋଇ ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ