Monday, March 30, 2026
37.6 C
Odisha

    ସମ୍ମମ୍‌ରେ ଜଟିଳ ଯକୃତ ସମସ୍ୟାରେ ପୀଡ଼ିତ ବାଳିକାର ପ୍ଲାଜମ୍ ଏକ୍ସଚେଞ୍ଜ ଦ୍ୱାରା ସଫଳ ଚିକିତ୍ସା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୦୬ ଅଗଷ୍ଟ : ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍‌ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି। ବାହ୍ୟ ସଂକ୍ରମଣ ଯୋଗୁଁ ଜଣ୍ଡିସ୍‌ରେ ପୀଡ଼ିତା ବାଳିକାଟି ଅସୁସ୍ଥ ଅବସ୍ଥାରେ ସମ୍ମମ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ସିନିୟର କନ୍‌ସଲ୍‌ଟାଂଟ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହଙ୍କ ଅଧିନରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ।
    ତେବେ ତାଙ୍କର ଅବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେ ଙ୍କ ଅଧୀନକୁ ଅଣାଯାଇ ଏନ୍‌ଆଇସିୟୁରେ ଭର୍ତି କରାଯାଇଥିଲା। ବାଳିକାଟି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତରୀ ଟିମ୍ ତା’ର ପ୍ଲାଜ୍‌ମା ଏକ୍ସଚେଞ୍ଜ କରିବା ନିମନ୍ତେ ନିଷ୍ପତି ନେଇଥିଲେ। ଏହାକୁ ଲିଭର ଡାଏଲିସିସ ମଧ୍ୟ କୁହାଯାଇଥାଏ। ଏହି କ୍ଷେତ୍ରରେ ଯକୃତ ପ୍ରତ୍ୟାରୋପଣ ସମ୍ଭବ ନଥିବାରୁ ପ୍ଲାଜ୍‌ମା ଏକ୍ସଚେଞ୍ଜ କରିବାକୁ ନିଷ୍ପତି ନିଆଯାଇଥିଲା ବୋଲି ଏହି ଚିକିତ୍ସା ପ୍ରକ୍ରିୟାର ନେତୃତ୍ୱ ନେଇଥିବା ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ କନ୍‌ସଲଟାଂଟ ଡାକ୍ତର ଗଦାଧର ପଣ୍ଡା କହିଛନ୍ତି । ଏଭଳି ସମସ୍ୟା କ୍ଷେତ୍ରରେ ରୋଗୀର ମୃତ୍ୟୁ ହାର ପ୍ରାୟ ୯୦ ପ୍ରତିଶତ ହୋଇଥାଏ ବୋଲି ଡାକ୍ତର ଦେ କହିଛନ୍ତି ।
    ସମ୍ମମ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ଭିତ୍ ଭୂୟାଁ ଏହାକୁ ଏକ ଜଟିଳ ପ୍ରକ୍ରିୟା କହିଥିଲା ବେଳେ ବାଳିକାଟିର ଜୀବନ ପ୍ରତି ବିପଦ ଥିଲା ବୋଲି କହିଛନ୍ତି। ସେହିପରି ପ୍ଲାଜ୍‌ମା ଏକ୍ସଚେଞ୍ଜ ଏକ ଜଟିଳ ପ୍ରକ୍ରିୟା ବୋଲି ଡାକ୍ତର ସିଂହ ସୂଚନା ଦେଇଥିଲେ। ପ୍ଲାଜ୍‌ମା ଏକ୍ସଚେଞ୍ଜର ୪ଟି ପର୍ଯ୍ୟାୟ ଚିକିତ୍ସା ପରେ ବାଳିକାଟି ଧୀରେଧୀରେ ସୁସ୍ଥ ହୋଇଥିଲା ଏବଂ ତା’ର ଯକୃତ ମଧ୍ୟ ଠିକ୍ ଭାବେ କାମ କରିବା ଆରମ୍ଭ କରିଥିଲା । ସୁସ୍ଥ ହେବା ପରେ ତାକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ବର୍ତମାନ ସେ ଖାଦ୍ୟ ଗ୍ରହଣ କରିବାରେ ମଧ୍ୟ ସକ୍ଷମ ହୋଇପାରୁଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି। ନିଜ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସମ୍ମମ୍‌ର ଚିକିତ୍ସା ପଦ୍ଧତି ଓ ଚିକିତ୍ସକଙ୍କୁ କୃତଜ୍ଞତା ଜଣାଇଛନ୍ତି ବାଳିକାଟିର ବାପା ମହମ୍ମଦ ନସିମ୍ । ଅସୁସ୍ଥ ଝିଅକୁ ଧରି ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିଲା । ସମ୍ମମ୍‌ରେ ଡାକ୍ତରମାନଙ୍କ ଦ୍ୱାରା ବାଳିକାଟିର ପ୍ରକୃତ ରୋଗ ନିରୂପଣ କରାଯିବା ସହ ଉତମ ଚିକିତ୍ସା ପଦ୍ଧତି ଯୋଗୁଁ ହିଁ ତାଙ୍କ ଝିଅର ଜୀବନ ରକ୍ଷା ହୋଇପାରିଲା ବୋଲି ନସିମ୍ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    37.6 ° C
    37.6 °
    37.6 °
    15 %
    1.5kmh
    43 %
    Mon
    38 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ