Sunday, March 22, 2026
25.7 C
Odisha

    ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରୁ କ୍ଷାନ୍ତ ରୁହନ୍ତୁ: ବିଜେଡି

    ଆଗକୁ ପଢନ୍ତୁ

    ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରକୁ ନେଇ କିଛି ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଷଣ କରୁଛନ୍ତି ବୋଲି ଆଜି ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ୍‌ ମହାନ୍ତି, ସାଂସଦ ସୁଲତା ଦେଓ ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା। ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର କେତେ ଟଙ୍କା ବିଜ୍ଞାପନ ଏବଂ ଆଡ଼ଭୋଟରିଆଲରେ ଖର୍ଚ୍ଚ କରିଛନ୍ତି ପ୍ରଶ୍ନର ଉତ୍ତରରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ୍‌ ଟି ଅଧ୍ୟକ୍ଷଙ୍କ ଫଟୋ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କେତେକ ବିଶେଷ କାର୍ଯ୍ୟକ୍ରମ ଯଥା- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ, ନୂଆ-ଓ ସ୍ମାର୍ଟ କାଡର଼୍ ସ୍କିମ୍‌ ଇତ୍ୟାଦି ପ୍ରକଳ୍ପ ପାଇଁ ୨ ଥର ବିଶେଷ ଆଲେଖ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଏହି ଉତ୍ତରକୁ ଭିତ୍ତି କରି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଭି.କେ ପାଣ୍ଡିଆନଙ୍କ ଫଟୋ ଛାପିବା ପାଇଁ ୧୫ କୋଟି ଖର୍ଚ୍ଚ ବୋଲି ଖବର ପରିବେଷଣ କରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କୌଣସି ଆଡଭୋଟୋରିଆଲରେ ଭି.କେ ପାଣ୍ଡିଆନଙ୍କ ଫଟୋ ପ୍ରକାଶ ପାଇନାହିଁ। ଏହି ଧାରାରେ ଏକ ନ୍ୟୁଜ୍‌ ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ ୧୫ କୋଟି ଖର୍ଚ୍ଚ ହୋଇଛି ବୋଲି ଲେଖି ଲୋକଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି। ଏହା ଅତ୍ୟନ୍ତ ନିମ୍ନମାନର ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦଳ ତରଫରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ