Wednesday, July 22, 2026
24.6 C
Odisha

    ସର୍ଟ ସର୍କିଟରୁ ଫାଟିଲା ସିଲିଣ୍ଡର, ନିଆଁ ଲାଗି ଜଳିଗଲା ଘର, ବର୍ତ୍ତିଗଲେ ବୃଦ୍ଧ ପତି ପତ୍ନୀ

    ଆଗକୁ ପଢନ୍ତୁ

    ସମ୍ବଲପୁର   :   ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଫାଟିଲା ଗ୍ୟାସ ସିଲିଣ୍ଡର । ନିଆଁ ଲାଗି ପୋଡ଼ିଗଲା ଘର । ସମ୍ବଲପୁର ଗୁରୁପଡ଼ାସ୍ଥିତ ନିରଞ୍ଜନ ପଟ୍ଟନାୟକଙ୍କ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଘର ମାଲିକ ଏବଂ ତାଙ୍କ ପତ୍ନୀ ଘରେ ଶୋଇଥିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଗାଁ ଲୋକେ ପହଞ୍ଚି ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରି ଦମକଳ ବାହିନୀକୁ ଖବର ଦେଇଥିଲେ । 3 ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ସବୁ କିଛି ପୋଡ଼ିଯାଇଥିଲା । ତେବେ ନିରଞ୍ଜନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ । ତେଣୁ ତାଙ୍କୁ କିଛି ସରକାରୀ ସହାୟତା ମିଳୁ ବୋଲି ଗାଁଲୋକେ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    88 %
    3.3kmh
    100 %
    Wed
    24 °
    Thu
    27 °
    Fri
    27 °
    Sat
    29 °
    Sun
    31 °

    ସମ୍ବନ୍ଧିତ