Sunday, October 11, 2026
29.5 C
Odisha

    ୧୬ ନମ୍ବର ଜାତୀୟ ରାଜପଥରେ ୧୫୦ରୁ ଅଧିକ ଗାଈ ଉଦ୍ଧାର, ଦୁଇଟି ଗୋରୁ ଗାଡ଼ି ଜବତ

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଜିଲ୍ଲାରେ ବେଆଇନ ଗୋଚାଲାଣ ବନ୍ଦ ହେଉନାହିଁ। ପୁଲିସ ବି ବିଶେଷ ସତର୍କ ଦୃଷ୍ଟି ଦେଉନାହିଁ। କେବଳ ଗୋ ସେବକମାନଙ୍କ ଅହରହ ପ୍ରୟାସ ଯୋଗୁ ଅନେକ ସମୟରେ ବେଆଇନ ଗୋଚାଲାଣ ଗୋରୁଗାଡି ଜବତ ହେଉଛି ଏବଂ ଗୋରୁମାନଙ୍କୁ ଉଦ୍ଧାର କରାଯାଇପାରୁଛି।

    ସୂଚନା ଅନୁଯାୟୀ ପାଣିକୋଇଲିରୁ ଆସୁଥିଲା ବେଆଇନ ଗୋରୁ ବୋଝେଇ ଦୁଇଟି ବଡ଼ ଟ୍ରକ।  ଏହି ଦୁଇ ଟ୍ରକରେ  ୧୫୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର କରିଛନ୍ତି ଗୋ ସୁରକ୍ଷା କର୍ମୀ। ଭଦ୍ରକ ଧାମନଗର ଥାନା ୧୬ ନମ୍ବର ଜାତୀୟ ରାଜପଥ ଵିଷ୍ଣୁପୁର ଛକ ନିକଟରେ ଗୋ ସେବକ ତଥା ଗୋ ସୁରକ୍ଷା କର୍ମୀମାନେ ରାତି ୨ଟା ୩୦ ସମୟରେ ୨ଟି ଟ୍ରକକୁ ଅଟକାଇଥିଲେ। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ଧାମନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଉଦ୍ଧାର ଗୋରୁଙ୍କୁ ପୁଲିସର ଉପସ୍ଥିତିରେ ଗୋ ସୁରକ୍ଷା କର୍ମୀଙ୍କ ସହଯୋଗରେ ଏହି ଦୁଇ ଟ୍ରକ ସହ ଗୋରୁଙ୍କୁ ନେଇ ବାଲେଶ୍ବର ଜିଲ୍ଲା ମଇତାପୁରରେ ଗୋଶାଳାକୁ ନିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ