Wednesday, August 12, 2026
25.1 C
Odisha

    ସସ୍ମିତା ଦାସ ହତ୍ୟା ଘଟଣାରେ ସୁପାରି କିଲର ଗିରଫ, ବିହାରରୁ ଗିରଫ କଲା ପୋଲିସ

    ଆଗକୁ ପଢନ୍ତୁ

    ଜଗତସିଂହପୁର : ଜଗତସିଂହପୁର କାଠିଆପଡ଼ାରେ ନିର୍ବନ୍ଧ ପରେ ସସ୍ମିତା ଦାସ ହତ୍ୟା ଘଟଣାରେ ସୁପାରି କିଲର ଗିରଫ । ବିହାରରୁ ସୁପାରୀ କିଲର ଲଲୁ ଯାଦବ କୁ ଗିରଫ କଲା ପୋଲିସ । ମୃତ ସସ୍ମିତା ଦାସର ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ମର୍ଡର ପାଇଁ ସୁପାରୀ କିଲର ସହ ଦୁଇ ଲକ୍ଷ ଟଙ୍କାର ଡିଲ କରିଥିଲା ଅଭିଯୁକ୍ତ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ବାଇଁ । ଏଥିସହ ୨୦ ହଜାର ଟଙ୍କା ଆଗୁଆ ନେଇଥିଲା ଲଲୁ କୁମାର । ସୁପାରୀ କିଲର ଲଲୁ ଯାଦବ ଜାମସେଦପୁରରେ ଅଟୋ ମୋବାଇଲ ଦୋକାନ ରେ କାମ କରୁଥିଲା । ଗତ ମାସ ୨୦ ତାରିଖରେ କାଠିଆପଡା ଗାଁରେ ସସ୍ମିତା ଦାସଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ପରେ ୨୪ ଘଣ୍ଟାରେ ପୋଲିସ ଏହି ଘଟଣାରେ ଜମସେଦପୁର ଅଭିଯୁକ୍ତ ପ୍ରେମିକ ସୂର୍ଯ୍ୟକାନ୍ତକୁ ଗିରଫ କରିଥିଲା । ପରେ ତିନୋଟି ଟିମ୍ ଗଠନ କରି ଓଡ଼ିଶା,ବିହାର, ଓ ଝାଡ଼ଖଣ୍ଡ ରେ ତଦନ୍ତ ଚଳାଇ ଥିଲା ପୋଲିସ। ସୁପାରି କିଲରକୁ ଗିରଫ ପରେ ତାକୁ କୋର୍ଟ ଫରୱାର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    89 %
    0.8kmh
    100 %
    Wed
    32 °
    Thu
    27 °
    Fri
    26 °
    Sat
    27 °
    Sun
    28 °

    ସମ୍ବନ୍ଧିତ