Saturday, May 16, 2026
31.7 C
Odisha

    ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ, ପାକିସ୍ତାନ ନିଷ୍ପତ୍ତି ନେଉ ଭୂଗୋଳରେ ରହିବ କି ଇତିହାସରେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପାକିସ୍ତାନକୁ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କଡ଼ା ଚେତାବନୀ । ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନକଲେ ଦେଶର ଇତିହାସ ଆଉ ଭୂଗୋଳ ବଦଳିଯିବାର ଆଶଙ୍କା ରହିଛି । ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟଙ୍କୁ ପାକିସ୍ତାନର କାର୍ଯ୍ୟକଳାପ ନେଇ ପ୍ରଶ୍ନ କରାଯିବାରୁ ସେ ଏଭଳି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଅପରେସନ ସିନ୍ଦୂରକୁ ବର୍ଷେ ପୂରିଛି । ଏକ କାର୍ଯ୍ୟକ୍ରମରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ କହିଛନ୍ତି, ଇସଲାମବାଦ ଯଦି ଆତଙ୍କବାଦୀକୁ ଶରଣ ଦେଉଥିବା ଏବଂ ଭାରତ ବିରୋଧରେ ଷଡଯନ୍ତ୍ର କରେ, ତେବେ ସେ ନିଷ୍ପତ୍ତି ନେବ କି ଭୂଗୋଳରେ ରହିବ କି ଇତିହାସର ଅଂଶ ହେବ ।

    ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ପଚରାଯାଇଥିଲା ଯେ, ଯଦି ଭବିଷ୍ୟତରେ ଅପରେସନ ସିନ୍ଦୁର ସମୟରେ ଘଟିଥିବା ପରିସ୍ଥିତି ପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଭାରତୀୟ ସେନାର ପ୍ରତିକ୍ରିୟା କ’ଣ ହେବ । ଉତ୍ତରରେ ଦ୍ବିବେଦୀ କହିଥିଲେ, , ଇସଲାମବାଦ ଯଦି ଆତଙ୍କବାଦୀକୁ ଶରଣ ଦେଉଥିବା ଏବଂ ଭାରତ ବିରୋଧରେ ଷଡଯନ୍ତ୍ର କରେ, ତେବେ ସେ ନିଷ୍ପତ୍ତି ନେବ କି ଭୂଗୋଳରେ ରହିବ କି ଇତିହାସର ଅଂଶ ହେବ ।

    ସେ ଆହୁରି ମଧ୍ୟ କହିଥିଲେ, ଯେକୌଣସି ସାମରିକ ଅଧିକାରୀଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦର ସମୟ ହେଉଛି ଯେତେବେଳେ ତାଙ୍କ ସୈନିକମାନେ ତାଙ୍କୁ ସ୍ବୀକାର କରନ୍ତି ଏବଂ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି । ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସେନା ମୁଖ୍ୟ । ସେନା ମୁଖ୍ୟ ପୁଣିଥରେ ଆତଙ୍କବାଦୀ ବିରୋଧରେ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ।

    ଗତବର୍ଷ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    44 %
    3.9kmh
    23 %
    Sat
    33 °
    Sun
    41 °
    Mon
    45 °
    Tue
    46 °
    Wed
    45 °

    ସମ୍ବନ୍ଧିତ