Wednesday, November 12, 2025
13.9 C
Odisha

    ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

    ଆଗକୁ ପଢନ୍ତୁ

    ଆଧୁନିକତାର ଜୀବନ ଶୈଳୀରେ ସମସ୍ତେ ସ୍ଲିମ୍‌ ରହିବାକୁ ଖୁବ ପସନ୍ଦ କରୁଛନ୍ତି । ଏଥିପାଇଁ ଅନେକ ଜିମ୍‌ ଯାଇ ଝାଳ ବୁହା ପରିଶ୍ରମ କରିବା ସହ ଡାଏଟରେ ପୁରା ଫୋକସ୍‌ କରୁଛନ୍ତି । ଏହା ପରେ ବି କିଛି ଜଣ ସନ୍ତୋଷଜନକ ଫଳ ନପାଇ ନିରାଶ ହୋଇଥାନ୍ତି । କିନ୍ତୁ ଯଦି ଠିକ୍‌ ଉପାୟ ଅବଲମ୍ବନ କରାଯାଏ, ତେବେ ଓଜନ ହ୍ରାସ କରିବା କଷ୍ଟକର ନୁହେଁ । କିଛି ସରଳ ଓ ପ୍ରାକୃତିକ ଉପଚାର ସାହାଯ୍ୟରେ ଘରେ ଆପଣ ଓଜନ ନିୟନ୍ତ୍ରଣ କରିପାରିବେ ।

    ଆମେ ଏପରି ଏକ ପାନୀୟ ରେସିପି ସେୟାର କରିବାକୁ ଯାଉଛୁ, ଯାହା ତିଆରି କରିବା ବହୁତ ସହଜ ଏବଂ ଆପଣଙ୍କର ମେଟାବୋଲିଜିମ୍‌ ବୃଦ୍ଧି କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଆଣପଙ୍କ ଦିନର ଆରମ୍ଭରେ ପ୍ରତିଦିନ ଏହାକୁ ସେବନ କରିବା ଦ୍ୱାରା, କେବଳ ଓଜନ ହ୍ରାସ ହେବ ନାହିଁ ବରଂ ଶରୀର ହାଲୁକା ଏବଂ ଶକ୍ତିଶାଳୀ ମଧ୍ୟ ଅନୁଭବ ହେବ ।

    ଓଜନ ହ୍ରାସ ପାଇଁ ପାନୀୟ ଉପକରଣ
    ୧ ଗ୍ଲାସ ଉଷୁମ ପାଣି
    ୧/୨ଲେମ୍ବୁ ରସ
    ୧ ଚାମଚ କଳା ଗୋଲମରିଚ ପାଉଡର
    ୧ ଚାମଚ ମହୁ
    ୧ ଇଞ୍ଚ ଖଣ୍ଡ ଅଦା

    ଏହି ପାନୀୟ କିପରି ପ୍ରସ୍ତୁତ କରିବେ
    ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ପାନୀୟ ଜଳ ବ୍ୟବହାର କରିପାରିବେ । ଆପଣଙ୍କୁ କେବଳ କିଛି ଉପାଦାନ ଆବଶ୍ୟକ ହେବ । ଉଷୁମ ପାଣି ନିଅନ୍ତୁ, ଏଥିରେ ଲେମ୍ବୁ ରସ ଚିପୁଡି ଦିଅନ୍ତୁ, ଛେଚା ହୋଇଥିବା ଅଦା ଏବଂ କଳା ଗୋଲମରିଚକୁ ମିଶାଇ ଦିଅନ୍ତୁ । ଯଦି ଇଚ୍ଚା ହୁଏ, ତେବେ ୧ ଚାମଚ ମହୁ ମିଶାଇ ପାରିବେ । ଏହାକୁ ଭଲ ଭାବରେ ମିଶ୍ରଣ କରି ତୁରନ୍ତ ପିଅନ୍ତୁ । ପ୍ରତିଦିନ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

    ଏହାର ଲାଭ କଣ ହେବ
    ଏହି ପାନୀୟ ଓଜନ ହ୍ରାସ ପାଇଁ ଅତ୍ୟନ୍ତ ଲାଭଦାୟକ । ଲେମ୍ବୁ ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ ଏବଂ ମେଟାବୋଲିଜିମକୁ ତ୍ୱରାନ୍ୱିତ କରେ, ଯାହା ଦ୍ୱାରା କ୍ୟାଲୋରୀ ଦହନ ବୃଦ୍ଧି ହୁଏ । ଅଦା ପାଚନ ପ୍ରଣାଳୀକୁ ମଜବୁତ କରେ ଏବଂ ଗ୍ୟାସ ଓ ପେଟ ଫୁଲିବା ହ୍ରାସ କରିବାରେ ସାହାଯ୍ୟ କରିଥାଏ । କଳା ଗୋଲମରିଚ ଚର୍ବି କମାଇବାରେ ସାହାଯ୍ୟ କରିବା ସହ ମହୁ ସ୍ୱାଦ ଦେଇଥାଏ । ପ୍ରତିଦିନ ଖାଲି ପେଟରେ ଏହାକୁ ପିଇବା ଦ୍ୱାରା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ ହୁଏ ନାହିଁ ବରଂ ହାଲୁକାପଣ, ସତେଜ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.9 ° C
    13.9 °
    13.9 °
    63 %
    1.6kmh
    6 %
    Wed
    25 °
    Thu
    25 °
    Fri
    25 °
    Sat
    25 °
    Sun
    25 °

    ସମ୍ବନ୍ଧିତ