Tuesday, April 1, 2025
24.7 C
Odisha

    ସହ‌ରରେ ନକିଲ ଓମଫେ୍‌ଡ ଘିଅ-ଦୁଗ୍ଧ: ପୁଲିସ ଟିମ୍‌ ପକ୍ଷରୁ ଗୋଦାମ ଓ ଦୋକାନ ଚଢ଼ଉ

    ଆଗକୁ ପଢନ୍ତୁ

    ରାଉରକେଲା: ସହରରେ ନାମିଦାମୀ ବ୍ରାଣ୍ଡର ଲୋଗ ମାରି ଅବାଧରେ ବିକ୍ରି ଚାଲିଛି ବିଭିନ୍ନ ନକଲି ଖାଦ୍ୟ ପଦାର୍ଥ। ବିଗତ ଦିନରେ ନକଲି ତେଲ, ସସ୍‌, ରୋଷେଇ ମସଲା, ମୋବିଲ୍‌, କସ୍‌ମେଟିକ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ ଓ ସ୍ବାସ୍ଥ୍ୟବିଭାଗ ଟିମ୍‌ ଜବତ କରିଛନ୍ତି। ଏହି ଘଟଣାରେ କିଛି ଅସାଧୁ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି।ତଥାପି ସହରରେ ନକଲି ଖାଦ୍ୟପଦାର୍ଥ ବିକ୍ରି ବନ୍ଦ ହେଉନି। ଏବେ ସହରରେ ଓମ୍‌ଫେଡ୍‌ ନାଁରେ ନକଲି ଘିଅ ଓ ଦୁଗ୍ଧ ବିକ୍ରି ହେଉଛି। ଗ୍ରାହକଙ୍କମାନଙ୍କଠୁ ଅଭିଯୋଗ ପାଇବା ପରେ ପୁଲିସର ସ୍ବତନ୍ତ୍ର ଟିମ୍‌ ପ୍ଲାଣ୍ଟସାଇଟ୍‌ ବିଭିନ୍ନ ଗୋଦାମ, ଦୋକାନ ସହ ଇସ୍ପାତ ସହରାଞ୍ଚଳରେ କେତେକ ଦୋକାନରେ ଚଢ଼ଉ କରିଛି। ଯେଉଁ ସ୍ଥାନରୁ ଓମ୍‌ଫେଡ୍‌ ବ୍ରାଣ୍ଟର ନକଲି ଘିଅ ଓ ଦୁଗ୍ଧ ବିକ୍ରି ନେଇ ଖବର ଆସିଥିଲା ସେହି ସ୍ଥାନରେ ପୁଲିସ ଟିମ୍‌ ଚଢ଼ଉ କରିଥିଲେ।

    ହେଲେ ପୁଲିସକୁ ସେମିତି କୌଣସି ନକଲି ସାମଗ୍ରୀ ମିଳି ନଥିବା ଜଣାପଡ଼ିଛି। କୋଲକାତା, ରାୟପୁର ସମେତ ଝାଡ଼ଖଣ୍ଡ ଓ ବିହାରର ଆଦି ରାଜ୍ୟରୁ ଏଭଳି ନକଲି ପଦାର୍ଥ ରାଉରକେଲାକୁ ଆସୁଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଓ ଆର୍‌ଏମ୍‌ସି ନିୟମିତ ବ୍ୟବଧାନରେ  ଚଢ଼ଉ କରି ନକଲି ଖାଦ୍ୟପଦାର୍ଥ ବିକୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    61 %
    2.2kmh
    19 %
    Mon
    25 °
    Tue
    40 °
    Wed
    40 °
    Thu
    40 °
    Fri
    38 °

    ସମ୍ବନ୍ଧିତ