Sunday, October 4, 2026
23.6 C
Odisha

    ସାକ୍ଷୀଗୋପାଳ ମନ୍ଦିରରେ ଭାଙ୍ଗିଲା ଶହଶହ ବର୍ଷର ପରମ୍ପରା

    ଆଗକୁ ପଢନ୍ତୁ

    ପୁରୀ: ଭାଙ୍ଗିଲା ଶହଶହ ବର୍ଷର ପରମ୍ପରା। କାଗଜ ବଦଳରେ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦିର ଝୁଲଣ କୁଞ୍ଜରେ ଖଞ୍ଜା ଯାଇଛି ଜୋତା ପିନ୍ଧା ଫାଇବର ମୂର୍ତ୍ତି। ଝୁଲଣ ମଣ୍ଡପରେ ଜୋତା ପିନ୍ଧା ମୂର୍ତ୍ତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାକୁ ଦ୍ୱାହି ଦେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ବିନା ନୀତି ପ୍ରଣୟନରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଏଭଳି କାର୍ଯ୍ୟ କରିଛନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ପ୍ରତ୍ୟେକ ପର୍ବପର୍ବାଣୀରେ ଏହିଭଳି କାର୍ଯ୍ୟ କରିଥାନ୍ତି ବୋଲି ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ସାଧାରଣ ଭକ୍ତଙ୍କ ଠାରୁ ଆରମ୍ଭ କରି ସେବାୟତମାନେ ଘୋର ବିରୋଧ କରିଛନ୍ତି। ଝୁଲଣ ମଣ୍ଡପରେ ପ୍ରତ୍ୟେକ ବର୍ଷ କାଗଜରେ ପ୍ରସ୍ତୁତ କଣ୍ଢେଇ, ସଖୀ, ଭୀମ ଅର୍ଜୁନଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ସବୁକୁ ସ୍ଥାନିତ କରାଯାଇଥାଏ। ହେଲେ ପରମ୍ପରା ଓ ସଂସ୍କୃତିକୁ ଜଳାଞ୍ଜଳି ଦେଇ ଚଳିତ ବର୍ଷ ଝୁଲଣ କୁଞ୍ଜକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବାକୁ ଫାଇଭରରେ ପ୍ରସ୍ତୁତ ସଖୀ, କଣ୍ଢେଇ ଓ ଜୋତା ପିନ୍ଧା ଦୁଇଟି ବିଶାଳକାୟ ମୂର୍ତ୍ତିକୁ ସ୍ଥାନିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ