Sunday, October 4, 2026
23.6 C
Odisha

    ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ : ଆଇନ୍ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆ ସରକାର ଆସିବା ପରେ କଲେଜ ଇଲେକ୍ସନ ପାଇଁ ଫିଟିଲା ବାଟ । ଆସନ୍ତାବର୍ଷଠାରୁ ହେବ କଲେଜ ଇଲେକ୍ସନ। ଏହି ବଡ଼ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇନଥିବା ବେଳେ ଆସନ୍ତାବର୍ଷଠାରୁ ସମସ୍ତ କଲେଜକୁ ପ୍ରସ୍ତୂତ କରାଯିବା କଥା କହିଛନ୍ତି ଆଇନ ମନ୍ତ୍ରୀ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଲେଜ ଇଲେକ୍ସନ ପୁଣିଥରେ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ। କୋଭିଡ୍ ଆଳରେ ପୂର୍ବତନ ରାଜ୍ୟ ସରକାର ଛାତ୍ର ନିର୍ବାଚନକୁ ବନ୍ଦ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଛାତ୍ର ନେତୃତ୍ୱ ଏବଂ ଯୁବ ନେତୃତ୍ୱ ସୃଷ୍ଟି କରିବା ଦିଗରେ ଛାତ୍ର ସଂସଦ ନିର୍ବାଚନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅନେକେ ମତ ଦେଇସାରିଛନ୍ତି। ଏହା ସତ୍ତ୍ୱେ ନିର୍ବାଚନକୁ ବନ୍ଦ କରାଇଥିଲେ ପୂର୍ବ ସରକାର। ହେଲେ ଆସନ୍ତାବର୍ଷ ଠାରୁ ନିର୍ବାଚନ ପାଇଁ ବାଟ ଫିଟିଥିବାରୁ ଛାତ୍ରଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି, ଆଉ ଅନେକେ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ