Friday, April 10, 2026
27.5 C
Odisha

    ସାତକୋଶିଆରେ ବଢିଛି କୁମ୍ଭୀର ସଂଖ୍ୟା, ମୋଟ୍ ୧୧୦ଟି କୁମ୍ଭୀର ଥିବା ସୂଚନା

    ଆଗକୁ ପଢନ୍ତୁ

    ଅନୁଗୁଳ: ମହାନଦୀ ଗଣ୍ଡରେ ବଢିଛି କୁମ୍ଭୀର ସଂଖ୍ୟା । ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡରେ ମୋଟ୍ ୧୧୦ଟି କୁମ୍ଭୀର ଗଣନା କରାଯାଇଛି । ଚଳିତବର୍ଷ ମହାନଦୀ ଗଣ୍ଡରେ ୮୮ଟି ମଗର ଏବଂ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ରହିଛନ୍ତି । ଚଳିତ ମାସ ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା । ସାତକୋଶିଆ ମହାନଦୀ ଗଣ୍ଡର ପ୍ରାୟ ୨୨ କିମି ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା ।

    ଏଥିପାଇଁ ୧୪ଟି ଟିମ୍ ଗଠନ ହୋଇଥିଲା । ପ୍ରାୟ ୭୦ ଜଣ ବନ କର୍ମଚାରୀ, ଗବେଷକ ସାମିଲ ହୋଇଥିଲେ । ଗତବର୍ଷ ଏହି ଗଣ୍ଡରେ ୭୫ଟି କୁମ୍ଭୀର ରହିଥିଲେ । ସେମାନଙ୍କ ମଧ୍ୟରେ ୫୯ଟି ମଗର ଓ ୧୬ଟି ଘଡ଼ିଆଳ ରହିଥିଲେ । ଗତବର୍ଷ ତୁଳନାରେ ଉଭୟ ଘଡ଼ିଆଳ ଓ ମଗର ସଂଖ୍ୟା ବୃଦ୍ଧି ପାଇଛି । ମହାନଦୀ ଗଣ୍ଡର ଉତ୍ତମ ବାତାବରଣ ଯୋଗୁଁ କୁମ୍ଭୀର ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ