ଭୁବନେଶ୍ବର: ସାତ ଦିନ ପ୍ରବଳ ବର୍ଷା । ୧ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ଅଗଷ୍ଟ ୨୯ କିମ୍ବା ୩୦ ତାରିଖ ବେଳକୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାପୂର୍ବରୁ ରାଜ୍ୟରେ ଦେଖାଦେଇପାରେ ଏହାର ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସମ୍ଭାବନା ରହିଛି । ଆଜି ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨୯ ତାରିଖଠୁ ରାଜ୍ୟରେ ଅତିପ୍ରବଳ ବର୍ଷା ସମ୍ଭାବନା । ଏନେଇ ମୟୂରଭଞ୍ଜ, କେନ୍ଦୁଝର ଏବଂ ଅନୁଗୋଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଘୂର୍ଣ୍ଣିବଳୟ ପ୍ରଭାବରେ ୩୦ ତାରିଖ ବେଳକୁ ଲଘୁଚାପ ସମ୍ଭାବନା । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୯ ତାରିଖରୁ ପୁଣି ରାଜ୍ୟରେ ବଢ଼ିବ ବର୍ଷା । ଆଜି ପ୍ରବଳ ବର୍ଷା ସମ୍ଭାବନା ପାଇଁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ଚେତାବନୀ ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପଟେ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଵର୍ଷା ହୋଇଛି । ଭୁବନେଶ୍ୱର ରେ ସର୍ବାଧିକ ୫୨ ମିମି ରେକର୍ଡ ହୋଇଛି।
